Advertisement

ମଙ୍ଗଳ ମୁହାଁ ମହାକାଶ ଯାନ ‘ଅଲ୍‌-ଅମଲ’

ଟୋକିଆ, ୨୦।୭: ମଙ୍ଗଳ ଅଭିମୁଖେ ୟୁଏଇର ମହାକାଶ ଯାନ ‘ଅଲ୍‌-ଅମଲ’ ଅର୍ଥାତ୍‌ ‘ଆଶା’(ହୋପ୍‌) ସୋମବାର ଯାତ୍ରା ଆରମ୍ଭ କରିଛି। ଏହାକୁ ଜାପାନର ମହାକାଶ ଗବେଷଣା କେନ୍ଦ୍ରରୁ ଭୋର୍‌ ୬ଟା ୫୮ ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଛି। ଏହା ୟୁଏଇର ପ୍ରଥମ ମହାକାଶ ଅଭିଯାନ। ମହାକାଶ ଯାନ ‘ଅଲ୍‌-ଅମଲ’ ସାତ ମାସ ପରେ ୨୦୨୧ ଫେବୃୟାରୀରେ ମଙ୍ଗଳର କକ୍ଷ ପଥରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାକୁ ଜାପାନ ରକେଟ ଏଚ୍‌-୨-ଏ ସହାୟତାରେ ଉତ୍‌କ୍ଷେପଣ କରାଯାଇଛି। ପ୍ରଥମେ ଜୁଲାଇ ୧୫ରେ ଉତ୍‌କ୍ଷେପଣ କରାଯିବାର ଯୋଜନା ଥିଲା। ତେବେ ଖରାପ ପାଗ ଯୋଗୁ ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯାଇଥିବା ରକେଟ ନିର୍ମାତା ମିତୁସ୍‌ବିଶି ହେଭି ଇଣ୍ଡଷ୍ଟ୍ରି ପକ୍ଷରୁ ସୂଚନା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share