ଦୁବାଇ,୧୪।୧୧: ପୁଣି ଥରେ ଆଇସିସି ବିଶ୍ୱକପ୍ ଫାଇନାଲରେ କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ହାତରେ ଲାଗିଛି ପରାଜୟ। ଏଥର ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ ଦେଇ ଅଷ୍ଟ୍ରେଲିଆ ହାସଲ କରିଛି ଟି୨୦ ବିଶ୍ୱକପ୍। ଏଥିସହ ପୂରଣ ହୋଇଛି ଅଷ୍ଟ୍ରେଲିଆର ୧୫ ବର୍ଷର ସ୍ବପ୍ନ। ପୂର୍ବରୁ ଅଷ୍ଟ୍ରେଲିଆ ୨୦୧୨ ସଂସ୍କରଣରେ ଫାଇନାଲକୁ ଉନ୍ନୀତ ହୋଇଥିଲା। ହେଲେ ସେଥର ଇଂଲଣ୍ଡଠାରୁ ପରାଜିତ ହୋଇ ଉପଚାମ୍ପିୟନରେ ସନ୍ତୁଷ୍ଟ ରହିଥିଲା ଅଷ୍ଟ୍ରେଲିଆ।
୧୭୩ ରନ୍ର ଭଲ ଟାର୍ଗେଟ ପିଛା କରୁଥିବା ଅଷ୍ଟ୍ରେଲିଆ ୧୮.୫ ଓଭରରେ ୨ ଉଇକେଟ ହରାଇ ମ୍ୟାଚ୍ ଜିତି ନେଇଥିଲା। ଅଷ୍ଟ୍ରେଲିଆ ପାଇଁ ପ୍ରାୟତଃ କାମ ଶେଷ କରି ଦେଇଥିଲା ଡେଭିଡ୍ ଓ୍ବାର୍ନର (୫୩ ରନ୍, ୪ ଚୌକା ଓ ୩ ଛକା ) ଓ ମିଚେଲ ମାର୍ଶ( ୭୭ ରନ୍, ୬ ଚୌକା ଓ ୪ ଛକା)ଙ୍କ ଯୋଡ଼ି। ଦୁହେଁ ଦ୍ୱିତୀୟ ଉଇକେଟ ପାଇଁ ୫୯ ବଲରେ ଯୋଡ଼ିଥିଲେ ୯୨ ରନ୍। ଟ୍ରେଣ୍ଟ ବୋଲ୍ଟ ଛନା ନ୍ୟୁଜିଲାଣ୍ଡର କୌଣସି ବୋଲରଙ୍କୁ କ୍ଷମା ଦେଇ ନ ଥିଲେ ଦୁହେଁ।