Posted inଖେଳ

ମାର୍ଶ, ଓ୍ବାର୍ନରଙ୍କ ଶତକରେ ରେକର୍ଡ

ବେଙ୍ଗାଲୁରୁ, ୨୧।୧୦:ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଛନ୍ତି ଅଷ୍ଟ୍ରେଲିଆର ମିଚେଲ ମାର୍ଶ ଓ ଡେଭିଡ ଓ୍ବାର୍ନର। ଦୁଇଜଣଙ୍କ ଶତକ ଏବଂ ଦ୍ୱିଶତକୀୟ ଭାଗୀଦାରି ସହ ଅନେକ ରେକର୍ଡ ମଧ୍ୟ ସୃଷ୍ଟି ହୋଇଛି। କୌଣସି ବିଶ୍ୱକପ୍‌ ମ୍ୟାଚରେ ଓପନିଂ ଯୋଡ଼ି ଶତକ ହାସଲ କରିବା ଏହା ଚତୁର୍ଥ ଦୃଷ୍ଟାନ୍ତ। ତେବେ ଅଷ୍ଟ୍ରେଲିଆ ପାଇଁ ଏହା ପ୍ରଥମ। ପ୍ରଥମେ ଓ୍ବାର୍ନର ଶତକ ପୂରଣ କରିବା ପରେ ମାର୍ଶ ନିଜ ୩୨ତମ ଜନ୍ମଦିନରେ ହାସଲ କରିଥିଲେ କ୍ୟାରିୟରର ଦ୍ୱିତୀୟ ଦିନିକିଆ ଶତକ। ଓ୍ବାର୍ନର ଓ ମାର୍ଶ ଓପନିଂ ଯୋଡ଼ିରେ ୨୫୯ ରନ୍‌ ଯୋଗ କରିଥିଲେ। ବିଶ୍ୱକପ୍‌ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ଓପନିଂ ଭାଗୀଦାରି। ତେବେ ଅଷ୍ଟ୍ରେଲିଆ ପାଇଁ ଏହା ଶ୍ରେଷ୍ଠ ପାର୍ଟନରଶିପ୍‌। ଓ୍ବାର୍ନରଙ୍କ ପାଇଁ ଏହା ଥିଲା ପାକିସ୍ତାନ ବିପକ୍ଷରେ କ୍ରମାଗତ ଚତୁର୍ଥ ଦିନିକିଆ ଶତକ। କୌଣସି ଗୋଟିଏ ଦଳ ବିପକ୍ଷରେ ୪ ଶତକ ହାସଲ କରିବାରେ ଓ୍ବାର୍ନର ଭାରତର ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। କୋହଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୪ ଶତକ ହାସଲ କରିଥିଲେ। ବିଶ୍ୱକପ୍‌ରେ ଏହାଥିଲା ଓ୍ବାର୍ନରଙ୍କ ୫ମ ଶତକ। ଏଥିସହ ସେ ଅନ୍ୟତମ ଅଷ୍ଟ୍ରେଲୀୟ ଖେଳାଳି ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି। ମାର୍ଶ ଅନ୍ତର୍ଜାତୀୟ କ୍ରିକେଟରେ ୬ଷ୍ଠ ଏବଂ ପ୍ରଥମ ଅଷ୍ଟ୍ରେଲୀୟ ଖେଳାଳିଭାବେ ନିଜ ଜନ୍ମଦିନରେ ଦିନିକିଆ ଶତକ ହାସଲ କରିଛନ୍ତି। ତେବେ ଜନ୍ମ ଦିନରେ କୌଣସି ଏକ ବିଶ୍ୱକପ୍‌ ମ୍ୟାଚରେ ଶତକ ହାସଲ କରିବାରେ ସେ ନ୍ୟୁଜିଲାଣ୍ଡର ରସ୍‌ ଟେଲରଙ୍କ ପରେ ଦ୍ୱିତୀୟ ଖେଳାଳି। ଓପନିଂ ଯୋଡ଼ିରେ ମାର୍ଶ ଓ ଓ୍ବାର୍ନର ୨୦୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରିଥିଲେ। ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ଦ୍ୱିଶତକୀୟ ଭାଗୀଦାରିରେ ଭାରତର ସମକକ୍ଷ ହୋଇଛି ଅଷ୍ଟ୍ରେଲିଆ। ଉଭୟ ୫ ଥର ଲେଖାଏ ଦ୍ୱିଶତକୀୟ ଭାଗୀଦାରି ଗଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri