Categories: ଖେଳ

୬୦ ବଲରେ ୧୦୦

ହୋବାର୍ଟ,୧୪।୧୨: ଅଷ୍ଟ୍ରେଲିଆକୁ ଟି୨୦ ବିଶ୍ୱକପ୍‌ ଜିତାଇଥିବା ମିଚେଲ ମାର୍ଶ ମଙ୍ଗଳବାର ବିଗ୍‌ ବାଶ ଲିଗ୍‌ (ବିବିଏଲ)ରେ ଦୁର୍ଦ୍ଦଶ ଶତକୀୟ ପାଳି ଖେଳିଛନ୍ତି। ପର୍ଥ ସ୍କଚର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅଲରାଉଣ୍ଡର ୬୦ ବଲରେ ଖେଳିଥିଲେ ୧୦୦ ରନ୍‌ର ଅପରାଜିତ ଇନିଂସ। ତାଙ୍କ ପାଳିରେ ସାମିଲ ଥିଲା ୬ ଚୌକା ଓ ୫ ଛକା। ଏଥିଯୋଗୁ ପର୍ଥ ସ୍କଚର୍ସ ୫୩ ରନ୍‌ରେ ହୋବାର୍ଟ ହରିକେନ୍ସକୁ ହରାଇ ଦେଇଛି।

ଟସ୍‌ ଜିତି ବ୍ୟାଟିଂ କରିଥିବା ପର୍ଥ ସ୍କଚର୍ସ ପ୍ରଥମ ଓଭରରେ କଲିନ ମୁନ୍‌ରୋ (୦)ଙ୍କ ଉଇକେଟ ହରାଇଥିଲା। ଏହାପରେ ବ୍ୟାଟିଂ ଆସିଥିବା ମାର୍ଶ ପ୍ରଥମ ବଲରେ ଚୌକା, ଦ୍ୱିତୀୟ ବଲରେ ଛକା ଲଗାଇ ଇନିଂସ ଆରମ୍ଭ କରିଥିଲେ। ମାତ୍ର ଅନ୍ୟପଟେ କ୍ରମାଗତ ୩ ଉଇକେଟ ପଡ଼ିବାରୁ ଇନିଂସକୁ ଧିମା କରି ଦେଇଥିଲେ ମାର୍ଶ। କିନ୍ତୁ ଶେଷ ଆଡ଼କୁ ପୁଣି ଆଟାକିଂ ଶଟ୍‌ ଖେଳି ବିବିଏଲ କ୍ୟାରିୟରର ହାସଲ କରିଥିଲେ ପ୍ରଥମ ଶତକ।

Share