କାନ୍ସ ସ୍କ୍ରିନିଂ ପାଇଁ ଜେଲ ଯାଇଥିବା ଇରାନୀ ନିର୍ଦ୍ଦେଶକଙ୍କୁ ସମର୍ଥନ କଲେ ମାର୍ଟିନ ସ୍କୋର୍ସେସ

ତେହେରାନ,୧୯।୮: ଆମେରୀକି-ଇଟାଲିୟନ ଫିଲ୍ମ ନିର୍ଦ୍ଦେଶକ ମାର୍ଟିନ ସ୍କୋର୍ସେସ ନାମୀ ଇରାନୀ ନିର୍ଦ୍ଦେଶକ ସଇଦ ରୁଷ୍ଟେଙ୍କୁ ସମର୍ଥନ କରିଛନ୍ତି, ଯାହାଙ୍କୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ମୁଭି ‘ଲିଲାଜ ବ୍ରଦର୍ସ’ର ଅନଧିକୃତ ସ୍କ୍ରିନିଂ ପାଇଁ ୬ ମାସ ଜେଲ ଦଣ୍ଡ ହୋଇଥିଲା। ଏହାର ସୂଚନା ନ୍ୟୁୟର୍କ ଟାଇମ୍ସ ସ୍ଥାନୀୟ ମିଡିଆ ଆଧାରରେ ଦେଇଛି।

ଏହି ମୁଭିର ନିର୍ଦ୍ଦେଶନା ଦେଇଥିବା ରୋଷ୍ଟେଙ୍କ ସହ ଜାଭାଡ ନୋରୁଜବେଗି, ର୍ନିମାତା ଉଭୟଙ୍କୁ ଇସଲାମିକ ଶାସନ ବିରୋଧରେ ବିରୋଧୀ ପ୍ରଚାରରେ ଭାଗ ନେଇଥିବାରୁ ତେହେରାନରେ ଇସଲାମିକ ବିପ୍ଳବୀ କୋର୍ଟ ଦ୍ୱାରା ୬ମାସ ଜେଲ ଦଣ୍ଡାଦେଶ ହୋଇଥିଲା।
ମାର୍ଟିନ ସ୍କୋର୍ସସ ରୁଷ୍ଟେଇ ଏବଂ ଫିଲ୍ମର ନିର୍ମାତା ଜାଭାଡ ନୋରୁଜବେଗିଙ୍କ ପାଇଁ ‘ନ୍ୟାୟ’ ଦାବି କରି ଏକ ଆବେଦନ କରିଥିଲେ।
ସ୍କୋର୍ସସ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ସୟଦ ରୁସ୍ତାଇଙ୍କୁ ନ୍ୟାୟ ଦେବା ପାଇଁ ଦୟାକରି ଏହି ଆବେଦନପତ୍ରରେ ଦସ୍ତଖତ କରନ୍ତୁ।

Share