Categories: ଜାତୀୟ

ଶହୀଦଙ୍କ ଭଉଣୀ କହିଲେ, ‘ଆଜି ମୋ ଭାଇର ଆତ୍ମାକୁ ଶାନ୍ତି ମିଳିବ’

ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ ହେବାର ଗୋଟିଏ ଦିନ ପରେ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଉତ୍ତର ପ୍ରଦେଶ ପୋଲିସର ଏହା ବଡ ସଫଳତା ବୋଲି କୁହାଯାଉଛି। ବିକାଶଙ୍କ ମୃତ୍ୟୁ ପରେ ଶହୀଦ ପୋଲିସକର୍ମୀ ରାହୁଲଙ୍କ ଭଉଣୀ ନନ୍ଦିନୀ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ‘ଆଜି ମୋ ଭାଇର ଆତ୍ମାକୁ ଶାନ୍ତି ମିଳିବ’। ବିକାଶର ସାଥୀମାନଙ୍କୁ ପୋଲିସ ଏନକାଉଣ୍ଟର କରୁ ବୋଲି ସେ ସରକାରଙ୍କୁ ନିବେଦନ କରିଛନ୍ତି। ଉତ୍ତର ପ୍ରଦେଶ ପୋଲିସ ବିକାଶକୁ ନେଇ ଉଜ୍ଜୈନ ଛାଡି କାନପୁର ଅଭିମୁଖେ ଯାଉଥିବାବେଳେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ବିକାଶ। ଫଳରେ ପୋଲିସ ଏନକାଉଣ୍ଟର କରିଥିଲା। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ କାନପୁରରେ ୮ ଜଣ ପୋଲିସ କର୍ମୀଙ୍କୁ ବିକାଶ ହତ୍ୟା କରିବା ପରେ ଫେରାର ଥିଲା।

Share