Categories: ଜାତୀୟ

ଦୀର୍ଘ ୮ ମାସ ପରେ ମିଳିଲା ପାକିସ୍ତାନ ସୀମାରେ ନିଖୋଜ ଯବାନଙ୍କ ମୃତଦେହ

ଡେରାଡୁନ,୧୬।୮: ଦୀର୍ଘ ପ୍ରାୟ ୮ ମାସ ହେବ ଉତ୍ତର କଶ୍ମୀରର ବରଫାବୃତ୍ତ ଅଞ୍ଚଳରେ ଗୋଡ ଖସିଯିବାରୁ ଉତ୍ତରାଖଣ୍ଡର ଜଣେ ଯବାନ ନିଖୋଜ ହୋଇଯାଇଥିଲେ। ଶନିବାର ତାଙ୍କର ମୃତ ଶରୀର ବାରମୂଳା ଜିଲାର ଗୁଲମର୍ଗ ଅଞ୍ଚଳରେ ଠାବ କରାଯାଇଛି। ମିଳିଥିବା ସୂଚନାରୁ ଜଣାପଡିଛି କି ଶହୀଦ ଯବାନ ରାଜେନ୍ଦ୍ର ସିଂ ନେଗିଙ୍କ ପାର୍ଥିବ ଶରୀର ୧୬ ତାରିଖରେ ଡେରାଡୁନରେ ପହଞ୍ଚିବାର ଥିଲା। ହେଲେ କୌଣସି କାରଣ ବଶତଃ ଏହା ୧୮ ଅଗଷ୍ଟରେ ଡେରାଡୁନରେ ପହଞ୍ଚିବ ବୋଲି କୁହାଯାଇଛି। ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ଶରୀରର କୋଭିଡ ଟେଷ୍ଟ ଜମ୍ମୁରେ ଥିବା ସେନାର ବେସ୍‌ ହସ୍ପିଟାଲରେ କରାଯିବ। ଏଥିପାଇଁ ପ୍ରାୟ ୨ ଦିନ ସମୟ ଲାଗିବ। ଏବେ ଏହି ଖବର ପାଇବା ପରେ ଯବାନଙ୍କ ମୃତ ଶରୀରର ଦର୍ଶନ ପାଇଁ ପରିବାର ଲୋକେ ଚାତକ ଭଳି ଚାହିଁ ବସିଛନ୍ତି। ନିଖୋଜ ହେବାର କିଛିଦିନ ପରେ ତାଙ୍କର ମୃତଦେହ ନ ମିଳିବାରୁ ସେନା ପକ୍ଷରୁ ତାଙ୍କୁ ଶହୀଦ ଘୋଷଣା କରାଯାଇଥିଲା। ବରଫ ତଳେ ପୋତି ହୋଇ ଯାଇଥିବାରୁ ଯବାନଙ୍କ ମୃତଦେହ ମିଳି ପାରି ନ ଥିଲା। ଏବେ ସେଠାରେ ତାପମାତ୍ରା ବଢିବା ସହ ବରଫ ତରଳିବାରୁ ଯବାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି।

Share