ଭୁବନେଶ୍ୱର,୧୪।୮: ମାରୁତି ସୁଜୁକି ଅଲ୍ଟୋ ପକ୍ଷରୁ ଏହାର ବିକ୍ରି ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି। ଭାରତୀୟ ଗ୍ରାହକଙ୍କ ଲାଗି ଏହା ଏକ ଲୋକପ୍ରିୟ ମଡେଲ ଭାବେ ଉଭା ହୋଇଛି। ବର୍ତ୍ତମାନ ସୁଦ୍ଧା ଏହା ୪୦ ଲକ୍ଷ ୟୁନିଟ ବିକ୍ରି ମାଇଲଷ୍ଟୋନ ସ୍ଥାପନ କରିଛି। ଅଲ୍ଟୋ ଭାରତୀୟ କାର୍ କ୍ରେତାଙ୍କର ପନ୍ଦର ବିକଳ୍ପ ହୋଇପାରିଛି। ୭୬% ଅଲ୍ଟୋ ଗ୍ରାହକ ଏହାକୁ ନିଜର ପ୍ରଥମ କାର ଭାବେ ଚୟନ କରିଛନ୍ତି। ୨୦୦୦ ମସିହା ପରଠାରୁ ଲୋକପ୍ରିୟତା ଏବଂ ବିଶ୍ୱାସ ବୃଦ୍ଧି ସହ ଏହା ଭୌଗୋଳିକ ସ୍ତରରେ ଅନେକ ପରିବାରର ଏକ ସଦସ୍ୟ ହୋଇପାରିଛି। ଠିକ୍ ସମୟରେ ଅପ୍ଗ୍ରେଡ୍ ଏବଂ ନୂତନ ଟେକ୍ନୋଲୋଜି ଅଫରିଂ ଦ୍ୱାରା ଏହା ଗ୍ରାହକଙ୍କ ବିଶ୍ୱାସ ଜିତିବାକୁ ସକ୍ଷମ ହୋଇଥିବା କହିଛି। ଅଲ୍ଟୋ ବ୍ରାଣ୍ଡ କ୍ରମାଗତ ୧୬ ବର୍ଷ ହେବ ଭାରତୀୟ କାର ବଜାରରେ ପ୍ରମୁଖ ସ୍ଥାନ ହାସଲ କରିଥିବା ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ର ମାର୍କେଟିଂ ସେଲ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।