Categories: ବାଣିଜ୍ୟ

ମାରୁତି ସୁଜୁକି ଫ୍ରୋନକ୍ସର ଅନାବରଣ

ଭୁବନେଶ୍ୱର,୩।୫: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିମିର୍ର୍ତ ନ୍ୟୁ ‘ଫ୍ରୋନକ୍ସ’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ହୋଇଯାଇଛି। ଏପରିକି ମାରୁତି ସୁଜୁକିର ପ୍ରିମିୟମ ରିଟେଲ ନେଟ୍‌ୱର୍କ ନେକ୍ସା ଜରିଆରେ ନ୍ୟୁ ଫ୍ରୋନ୍‌ଏକ୍ସକୁ ଦେଶବ୍ୟାପୀ ବିକ୍ରି କରାଯାଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ନେକ୍ସା ରାଜଭବନ ପକ୍ଷରୁ ମଙ୍ଗଳବାର ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଆଞ୍ଚଳିକ ମହାପ୍ରବନ୍ଧକ ଉଦୟ ଭାସ୍କର ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଏସ୍‌ଆଇଏଲ୍‌ ନେକ୍ସା ଡିଭିଜନର ଆର୍‌ଏମ୍‌ କାର୍ତ୍ତିକ ରାଜା, ମାରୁତି ସୁଜୁକି ନେକ୍ସାର ଟେରିଟୋରି ସେଲ୍‌ସ ମ୍ୟାନେଜର ଅନୁଭବ ବେହେରା ଏବଂ ନେକ୍ସା ରାଜଭବନର ଜିଏମ୍‌ ବି.ବି. ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଶେଷକରି ନ୍ୟୁ ଫ୍ରୋନକ୍ସକୁ କମ୍ପାନୀ ତା’ର ପ୍ରଥମ ଅଫ୍‌-ରୋଡ୍‌ ଗାଡ଼ି ଭାବେ ଡିଜାଇନ କରିଥିବା ବେଳେ ଏଥିରେ ଅନେକ ଆଧୁନିକ ବୈଶିଷ୍ଟ୍ୟ ସହ ଆଡଭାନ୍ସଡ ୧.୨ ଏଲ୍‌. କେ.ସିରିଜ ଡୁଆଲ ଜେଟ୍‌ ଏବଂ ୧.୦ ଏଲ୍‌ ଟର୍ବ ବୁଷ୍ଟର ଜେଟ୍‌ ଇଞ୍ଜିନ ସହିତ ଆସୁଛି। ଉଲ୍ଲେଖଯୋଗ୍ୟ, ନ୍ୟୁ ଫ୍ରୋନକ୍ସ ୧୦ଟି ଭାରିଆଣ୍ଟ ସହ ୬ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ। ଏହାର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୭.୪୬ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

Share