ବେଙ୍ଗାଲୁରୁ: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏହାର କେତେକ ମଡେଲର ମୂଲ୍ୟ ବଢ଼ାଇବା ନେଇ କମ୍ପାନୀ ଯୋଜନା ରଖିଛି। ଇନ୍ପୁଟ ଖର୍ଚ୍ଚ ବଢ଼ିଥିବାରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ସୋମବାର କହିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍ ଏହାର ପର୍ସନାଲ ଏବଂ କମର୍ସିସିଆଲ ବର୍ଗରେ ଯାନ ମୂଲ୍ୟ ଚଳିତ ମାସରୁ ୧.୯% ବୃଦ୍ଧି କରିବ ବୋଲି କହିସାରିଛି। ଏହା ପରେ ପରେ ମାରୁତି ମଧ୍ୟ ଯାନ ମୂଲ୍ୟ ବଢ଼ାଇବା ନେଇ ସ୍ପଷ୍ଟ କରିଛି। କମୋଡିଟି ଏବଂ ଇନ୍ପୁଟ ମୂଲ୍ୟ ବୃଦ୍ଧି ଯୋଗୁ କମ୍ପାନୀ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି। ଯାନ ଚାହିଦା ଖସିବା ଏବଂ କରୋନା ଯୋଗୁ ବଜାର ପ୍ରଭାବିତ ହୋଇ ରହିଛି। ପାର୍ବଣ ସମୟରେ ଚାହିଦାରେ କିଛିଟା ପରିବର୍ତ୍ତନ ହେବା ଯୋଗୁ କମ୍ପାନୀ ସେମାନଙ୍କ ଅପରେଶନ ଆରମ୍ଭ କରିଥିଲା। ମାତ୍ର ଆଗାମୀ ଦିନରେ ବଜାରରେ ଅନିଶ୍ଚିତତା ରହିବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ସୋମବାରଠାରୁ ମାରୁତିର ଯାନଗୁଡିକ ପ୍ରାୟ ୩୪ ହଜାର ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ। କେଉଁ ମଡେଲର ମୂଲ୍ୟ କେତେ ବଢ଼ିଛି ସେ ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଗତ ଜାନୁୟାରୀରେ ମାରୁତି ଏହାର ଯାନ ମୂଲ୍ୟ ପ୍ରାୟ ୪.୭% ବୃଦ୍ଧି କରିଥିଲା।