Categories: ବାଣିଜ୍ୟ

ମାରୁତି ସୁଜୁକିର ନ୍ୟୁ ଇନ୍‌ଭିକ୍ଟୋ ଉନ୍ମୋଚିତ

ଭୁବନେଶ୍ୱର,୭୭:ମାରୁତି ସୁଜୁକି ଇଣ୍ଡିଆର ଲିମିଟେଡ (ଏମ୍‌ଏସ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଦି ନ୍ୟୁ ମାରୁତି ସୁଜୁକି ’ଇନ୍‌ଭିକ୍ଟୋ ଏମପିଭି’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି।
ଏ ସମ୍ପର୍କରେ ଏମଏସଆଇଏଲର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ହିସାଶି ତାକେଉଚି କହିଛନ୍ତି, ଏସ୍‌ୟୁଭି ଭଳି ଚରିତ୍ର ସହିତ ଆମର ନୂଆ ଇନ୍‌ଭିକ୍ଟୋ ପ୍ରିମିୟମ ଡିଜାଇନ୍‌ ହୋଇଛି। ବିଶେଷକରି ଉକ୍ତ ମଡେଲର ଇଣ୍ଟେଲିଜେଣ୍ଟ୍‌ ପ୍ୟାକେଜିଂ ଏବଂ ଏକାଧିକ ସୁରକ୍ଷା ଫିଚର ଓ ଉଦ୍ଭାବନର ଏକ ସମ୍ମିଶ୍ରଣ ପ୍ରଦାନ କରୁଛି। ସେହିଭଳି ନୂଆ ଇନ୍‌ଭିକ୍ଟୋରେ ଇଣ୍ଟେଲିଜେଣ୍ଟ ଇଲେକ୍‌ଟ୍ରିକ୍‌ ହାଇବ୍ରିଡ୍‌ ସିଷ୍ଟମ ସହିତ ଏକ ଇ-ସିଭିଟି ଟ୍ରାନ୍ସମିଶନ ସହ ଜଡିତ ୨.୦ଏଲ୍‌ ଇଞ୍ଜିନ୍‌ ରହିଛି। ଏହାର ଅଭିନବ ସେଲ୍‌ଫ-ଚାର୍ଜିଂ ଶକ୍ତିଶାଳୀ ହାଇବ୍ରିଡ୍‌ ସିଷ୍ଟମରେ ଏକ ବିଳାସପୂର୍ଣ୍ଣ ଡୁଆଲ ପାୱାରଟ୍ରେନ୍‌ ସିଷ୍ଟମ ରହିଥିବା ବେଳେ ଏହା ଏକ ଇଲେକ୍‌ଟ୍ରିକ୍‌ ମୋଟର ଓ ପେଟ୍ରୋଲ ଇଞ୍ଜିନ୍‌କୁ ଏକତ୍ରିତ କରୁଛି। ଏହି ଶକ୍ତିଶାଳୀ ହାଇବ୍ରିଡ୍‌ ସିଷ୍ଟମ ଏକାଧିକ ଡ୍ରାଇଭ୍‌ ମୋଡ୍‌ ଯେପରିକି ଇଭି, ନର୍ମାଲ, ଇକୋ ଓ ପାୱାର ଆଦି ପ୍ରଦାନ କରୁଛି। ଉଲ୍ଲେଖଯୋଗ୍ୟ, ଉକ୍ତ କାର୍‌ରେ ୬ଟି ଏୟାରବ୍ୟାଗ୍‌, ଆଡ୍‌ଭାନ୍ସଡ୍‌ ଫିଚର ସହ ସୁଜୁକି କନେକ୍ଟ ଓ ଇ-କଲ୍‌ ଫଙ୍କ୍‌ଶନାଲିଟି, ଫ୍ରଣ୍ଟ ଓ ରିୟର ଡିସ୍କ ବ୍ରେକ୍‌, ଇଲେକ୍‌ଟ୍ରୋନିକ୍‌ ପାର୍କିଙ୍ଗ ବ୍ରେକ୍‌ ସହ ଅଟୋ ହୋଲ୍ଡ, ଏବିଏସ୍‌ ସହ ଇବିଡି, ଭେଇକିଲ ଷ୍ଟାବିଲିଟି କଣ୍ଟ୍ରୋଲ ସହ ହିଲ୍‌ ହୋଲ୍ଡ ଆସିଷ୍ଟ, ୩ ପଏଣ୍ଟ ଇଏଲ୍‌ଆର୍‌ ସିଟ୍‌ବେଲ୍ଟ, ଆଇଏସ୍‌ଓଫିକ୍ସ ଚାଇଲ୍ଡ ସିଟ୍‌ ଆଙ୍କୋରେଜ୍‌, ୩୬୦ ଭ୍ୟୁ କ୍ୟାମେରା ଆଦି ଫିଚର ରହିଛି। ବିଶେଷ କରି ଏହା ଆଲ୍‌ଫା+ ଓ ଜିଟା+ ଭାରିଆଂଟ୍‌ ପାଇଁ ଜେନୁଇନ୍‌ ନେକ୍ସା ଆକ୍‌ସେସରିଜର ନୂଆ ରେଞ୍ଜ୍‌ ନୂଆ ସିଗ୍ନେଚର କଲେକ୍ସନରେ ଉପଲବ୍ଧ ରହିଛି।

Share