Categories: ବାଣିଜ୍ୟ

ଦର ବଢ଼ାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ, ୭ା୪: ଦେଶର ଅଗ୍ରଣୀ କାର୍‌ ନିର୍ମାଣ କର୍ମାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ଏପ୍ରିଲ୍‌ରେ ନିଜ ଗାଡ଼ିଗୁଡ଼ିକର ଦର ବୃଦ୍ଧି କରିବ। ମାରୁତି ସୁଜିକି ପକ୍ଷରୁ ଶେୟାର ବଜାରକୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ ଏକ ବର୍ଷ ହେଲା କମ୍ପାନୀର ଗାଡ଼ିଗୁଡ଼ିକର ନିର୍ମାଣ ଖର୍ଚ୍ଚ ବୃଦ୍ଧି ପାଇଛି। ତେଣୁ କମ୍ପାନୀ ପକ୍ଷରୁ ଗାଡ଼ିଗୁଡିକର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଚଳିତ ମାସରୁ କମ୍ପାନୀ ନିଜ ଗାଡ଼ିଗୁଡିକର ଦର ବୃଦ୍ଧି କରିବାକୁ ଯାଉଥିବା ବେଳେ ବିଭିନ୍ନ ମଡେଲ୍‌ର ଦର ଭିନ୍ନ ଭିନ୍ନ ରହିବ। ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷରେ ମାରୁତି ସୁଜୁକିର ଗାଡ଼ି ଦରରେ ସର୍ବାଧିକ ୮.୮% ବୃଦ୍ଧି ହୋଇଛି।

Share