Categories: ବାଣିଜ୍ୟ

ବଜାରରେ ମାରୁତି ସୁଜୁକିର ଏପିକ୍‌ ନ୍ୟୁ ସୁ୍‌ଇଫ୍ଟ

ଭୁବନେଶ୍ୱର,୧୫।୫(ଅଭୟ ଦାଶ): ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ବା ଏମ୍‌ଏସଆଇଏଲ୍‌ର ବହୁ ପ୍ରତୀକ୍ଷିତ ତଥା ୪ର୍ଥ ପିଢ଼ିର ନୂତନ ମଡେଲ ‘ଏପିକ୍‌ ନ୍ୟୁ ସୁଇଫ୍ଟ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ସହ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏମଏସଆଇଏଲ ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟ ନାରାୟଣୀ ମୋଟର୍ସ ପ୍ରାଇଭେଟ ଲିମିଟେଡ (ନାରାୟଣୀ ମୋଟର୍ସ) ପରିସରରେ ମଙ୍ଗଳବାର ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ନାରାୟଣୀ ମୋଟର୍ସର ଏମଡି ପୁରୁଷୋତ୍ତମ ବୁଧରାଜଙ୍କ ସମେତ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଏଜିଏମ ବିଶ୍ୱଜିତ ଦାସ, ବିଏମ ଦିଲୀପ ମିଶ୍ର ଏବଂ କାନାରା ବ୍ୟାଙ୍କ ଆରଓର ସିଏମ ଶୁଭାଶିଷ ଭଟ୍ଟାଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ।
ଉଲ୍ଲେଖଯୋଗ୍ୟ, ଏପିକ୍‌ ନ୍ୟୁ ସୁଇଫ୍ଟରେ ଅନେକ ପ୍ରକାରର ଅତ୍ୟାଧୁନିକ ସୁବିଧା ସହ ଆଧୁନିକ ବୈଶିଷ୍ଟ୍ୟ ସାମିଲ ରହିଛି। ଏପରିକି ୫ଟି ଭାରିଆଣ୍ଟ ସହ ୨ଟି ଆକର୍ଷଣୀୟ କଲରରେ ଉପଲବ୍ଧ। ସେହିଭଳି ଏହାର ପ୍ରାରମ୍ଭିକ ବଜାର ମୂଲ୍ୟ (ଏକ୍ସଶୋ’ରୁମ) ୬.୪୯ ଲକ୍ଷ ଟଙ୍କା ରହିଛି। ଅପରପକ୍ଷରେ ଏହାର ପ୍ରି-ବୁକିଂ ମାତ୍ର ୧୧,୦୦୦ ଟଙ୍କା ରହିଥିଲାବେଳେ କମ୍ପାନୀର ଲକ୍ଷ ଲକ୍ଷ ଗ୍ରାହକ ଓ ଆଶାୟୀ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବା ଏମଏସଆଇଏଲ ପକ୍ଷରୁ କୁହାଯାଇଛି। ସେହିପରି ଏପିକ୍‌ ନ୍ୟୁ ସୁଇଫ୍ଟ ବ୍ରାଣ୍ଡର ସିଗ୍ନେଚର ସ୍ପୋର୍ଟି ଡିଜାଇନ୍‌ ଉପରେ ନିର୍ମିତ ହୋଇଥିବା ବେଳେ ଏହାର ଗତିଶୀଳତା ଏବଂ ଫନ-ଟୁ-ଡ୍ରାଇଭ୍‌ ଅନୁଭବକୁ ବଢ଼ାଇଥାଏ।
ମାରୁତି ସୁଜୁକିର ସୁଇଫ୍ଟ ମଡେଲ ଅନାବରଣ ଓ ବଜାର ପ୍ରବେଶ ହେବା ପରଠାରୁ ୨୯ ଲକ୍ଷରୁ ଅଧିକ ଗର୍ବିତ ମାଲିକଙ୍କ ସହ ବ୍ରାଣ୍ଡ ଭାରତର ଏକ ନମ୍ବର ପ୍ରିମିୟମ୍‌ ହ୍ୟାଚ ବ୍ୟାକ୍‌ ମଡେଲ ଭାବେ ମାନ୍ୟତା ପାଇଛି, ଉତ୍କଷ୍ଟ ଫ୍ୟାନ୍‌ ଫଲୋଇଂ ସହିତ ବ୍ରାଣ୍ଡର ଏହି ସ୍ପୋର୍ଟି ପ୍ରିମିୟମ୍‌ ହ୍ୟାଚବ୍ୟାକ୍‌ କ୍ରମାଗତ ଭାବେ ସ୍ପୋର୍ଟି ଏବଂ ଗତିଶୀଳ ଡ୍ରାଇଭିଂ ପ୍ରଦର୍ଶନ ପାଇଁ ସେଗମେଣ୍ଟ ବେଞ୍ଚମାର୍କକୁ ପୁନଃନିର୍ଦ୍ଧାରିତ କରିଛି।
ବର୍ତ୍ତମାନ ଏପିକ୍‌ ନ୍ୟୁ ସ୍ବିଫ୍ଟ ଏହି ସମୃଦ୍ଧ ପରମ୍ପରାକୁ ପ୍ରକୃତ ଏପିକ ଢଙ୍ଗରେ ଉପସ୍ଥାପିତ କରିବାକୁ ଯାଉଛି।

Share