ନୂଆଦିଲ୍ଲୀ,୩୦।୧୧: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ନୂଆ ଇକୋର ଶୁଭାରମ୍ଭ ସହ ବଜାର ପ୍ରବେଶ କରାଯାଇଛି। ଏହା ନୂତନ ଓ ଶକ୍ତିଶାଳୀ ଇଞ୍ଜିନ ସହିତ ଉନ୍ନତ ଇନ୍ଧନ ଦକ୍ଷତା ପ୍ରଦାନ କରୁଛି। ଦେଶରେ ସର୍ବାଧିକ ବିକ୍ରି ହେଉଥିବା ଭ୍ୟାନ ମାରୁତି ସୁଜୁକି ଇକୋ କ୍ରମାଗତ ଭାବରେ ଏହି ସେଗ୍ମେଣ୍ଟରେ ନିଜର ଆଧିପତ୍ୟ ବଜାୟ ରଖିଛି। ନୂଆ ଇକୋ ନୂଆ ଇଣ୍ଟେରିୟର ଏବଂ ସଦ୍ୟତମ ଟେକ୍ନୋଲୋଜି ଓ ଫିଚର ସହିତ ସୁସଜ୍ଜିତ ରହିଛି। ଏ ସମ୍ପର୍କରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ର ମାର୍କେଟିଂ ଏବଂ ସେଲ୍ସର ସିନିୟର ଏକ୍ସିକ୍ୟୁଟିଭ ଅଫିସର ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, ଏହାର ଶୁଭାରମ୍ଭ ଠାରୁ ଇକୋ ୯.୭୫ ଲକ୍ଷ ଗ୍ରାହକଙ୍କର ପସନ୍ଦରେ ପରିଣତ ହୋଇଛି। ନୂଆ ଇକୋ ଏକ ଭରସାଯୋଗ୍ୟ ଏବଂ ଗ୍ରାହକଙ୍କ ପାଇଁ ଆରାମଦାୟକ, ଷ୍ଟାଇଲିଶ ଏବଂ ପ୍ରଶସ୍ତ ପାରିବାରିକ ବାହନ ହେବା ସହିତ ବ୍ୟବସାୟିକ ବ୍ୟବହାର ପାଇଁ ଫ୍ଲେକ୍ସବିଲିଟି ଯୋଗାଇ ଦେବ।