ମାରୁତି ସୁଜୁକିର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୪।୮ (ଅଭୟ ଦାଶ):ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ଲୋକପ୍ରିୟ ମଡେଲ ‘ଅଲ୍‌ଟୋ’ ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ଏକ ଐତିହାସିକ ରେକର୍ଡ ସହ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି, ଏପରିକି ଭାରତର ସର୍ବାଧିକ ବିକ୍ରି ହେଉଥିବା ଯାନ (କାର୍‌)ର ଗୌରବ ଲାଭ କରିଛି। ଏହା ସହ ଅଲ୍‌ଟୋ ୪୫ ଲକ୍ଷରୁ ଅଧିକ ହାପି କଷ୍ଟମର (ସନ୍ତୁଷ୍ଟ ଗ୍ରାହକ) ମଧ୍ୟ ସୃଷ୍ଟି କରିପାରିଛି।
ଉଲ୍ଲେଖଯୋଗ୍ୟ, ମାରୁତି ସୁଜୁକି ଅଲ୍‌ଟୋ ହେଉଛି ଏକ ଆଇକୋନିକ ବ୍ରାଣ୍ଡ୍‌ ଯାହାକି କ୍ରମାଗତ ଭାବେ ସଫଳତା ସହ ଉପତ୍ାଦରେ ମଧ୍ୟ ନୂତନତା ଆଣିବା ସହିତ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପରିବର୍ତ୍ତନ କରୁଛି ଓ ଏହା ସୁନିଶ୍ଚିତ କରୁଛି ଯେ ଯେପରି ଏହା ଗ୍ରାହକଙ୍କୁ ସୁବିଧା ପ୍ରଦାନ କରିପାରିବ। ଏହା ଏଣ୍ଟ୍ରି ହ୍ୟାଚ୍‌ବ୍ୟାକ୍‌ ସେଗ୍‌ମେଣ୍ଟରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି, ଯେଉଁଥିରେ ଅନେକ ବୈଶିଷ୍ଟ୍ୟ ଯଥା ଇଲେକ୍ଟ୍ରୋନିକ ପାୱାର ଷ୍ଟିୟରିଂ, ଫ୍ରଣ୍ଟ ପାୱାର ଓି୍ବଣ୍ଡୋ, ଅଟୋ ଗିୟର ସିଫ୍ଟି (ଏଜିଏସ୍‌) ବିକଳ୍ପ ରହିଛି। ସେହିଭଳି ଦୁଇଟି ଏୟାରବ୍ୟାଗ୍‌, ଆଣ୍ଟିି-ଲକ୍‌ ବ୍ରେକିଂ ସିଷ୍ଟମ(ଏବିଏସ୍‌), ଫ୍ୟାକ୍ଟ୍ରିରେ ଫିଟ୍‌ ହୋଇଥିବା ସିଏନ୍‌ଜି ସିଷ୍ଟମ ଭଳି ଆହୁରି ଅନେକ ବୈଶିଷ୍ଟ୍ୟ ସାମିଲ ରହିଛି।
ଏ ସମ୍ପର୍କରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର ମାର୍କେଟିଂ ଏବଂ ସେଲସର ସିନିୟର ଏକ୍‌ଜିକ୍ୟୁଟିଭ ଅଫିସର ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, ବିଗତ ୨ ଦଶନ୍ଧି ଧରି ଅଲ୍‌ଟୋର ଅସଂଖ୍ୟ ଗ୍ରାହକଙ୍କ ସହିତ ଏକ ଦୃଢ଼ ଆବେଗିକ ସମ୍ପର୍କ ସ୍ଥାପନ ହୋଇଛି। ଏପରିକି ଆମେ ଅଲ୍‌ଟୋର ଏହି ଅତୁଳନୀୟ ଯାତ୍ରା ପାଇଁ ଅତ୍ୟନ୍ତ ଗର୍ବିତ। ଏହି ୪୫ ଲକ୍ଷ ଗ୍ରାହକଙ୍କ ମାଇଲଖୁଣ୍ଟ ହାସଲ କରିବା ହେଉଛି ଆମର ଗ୍ରାହକମାନଙ୍କର ଆମ ଉପରେ ରହିଥିବା ବିଶ୍ୱାସ ଓ ଭଲପାଇବାର ଏକ ପ୍ରମାଣ। ଏହା ହେଉଛି ଏପରି ଏକ ମାଇଲଖୁଣ୍ଟ ଯାହାକୁ ଅନ୍ୟ କୌଣସି କାର୍‌ ନିର୍ମାତା ଆଜି ପଯର୍‌ୟନ୍ତ ହାସଲ କରିପାରି ନାହାନ୍ତି। ଅପରପକ୍ଷରେ ଅଲ୍‌-ନ୍ୟୁ ଅଲ୍‌ଟୋ କେ୧୦ ଗ୍ରାହକମାନଙ୍କ ମଧ୍ୟରେ ଏହାର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏଥିରେ ସମସାମୟିକ ପେପି ଷ୍ଟାଇଲିଂ, ଅଧିକ ଇଣ୍ଟେରିୟର ସ୍ଥାନ ଓ ଆରାମ ଏବଂ ଦୀର୍ଘସ୍ଥାୟିତ୍ୱ ରହିଛି। ଅଲ୍‌ଟୋ ନେମ୍‌ପ୍ଲେଟ୍‌ ହେଉଛି ଯୁବ ଗ୍ରାହକ, ନୂଆ କାର୍‌ ବ୍ୟବହାରକାରୀ ଓ ଅତିରିକ୍ତ କ୍ରେତାମାନଙ୍କର ପ୍ରଥମ ପସନ୍ଦ। ଅଲ୍‌ଟୋରେ ରହିଥିବା ଏହିସବୁ ବୈଶିଷ୍ଟ୍ୟ ଯେକୌଣସି ସ୍ଥାନକୁ ଯିବାର କ୍ଷମତା, ସ୍ବତନ୍ତ୍ର ଡିଜାଇନ, ଉକତ୍ୃଷ୍ଟ ଇନ୍ଧନ ଦକ୍ଷତା, ଅତୁଳନୀୟ ବିଶ୍ୱାସନୀୟତା ଓ କାଯର୍‌ୟଦକ୍ଷତା ହେତୁ ଭାରତର ପ୍ରିୟ କାର୍‌ ହୋଇପାରିଛି। ଏହାକୁ ୨୦୦୦ ମସିହାରେ ଶୁଭାରମ୍ଭ କରାଯାଇଥିଲା ଏବଂ ୨୦୦୪ ବେଳକୁ ଏହା ଭାରତର ଏକ ନମ୍ବର ବିକ୍ରି ହେଉଥିବା କାର୍‌ରେ ପରିଣତ ହୋଇଥିଲା। ୨୦୨୩ରେ ଅଲ୍‌ଟୋ କେ୧୦ ମଧ୍ୟ ଭାରତର ପସନ୍ଦର କାର ଭାବେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri