Categories: ବାଣିଜ୍ୟ

ମାରୁତି ସୁଜୁକିର ନ୍ୟୁ ସୁପର କ୍ୟାରି

ନୂଆଦିଲ୍ଲୀ,୨୬।୪: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ୍‌)ର ଅପ୍‌ଗ୍ରେଡେଡ୍‌ ହାଲୁକା କମର୍ସିଆଲ ଭେଇକିଲ ନ୍ୟୁ ସୁପର କ୍ୟାରିର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏଥିରେ ମାରୁତି ସୁଜୁକିର ଆଧୁନିକ ୧.୨ ଏଲ୍‌, କେ-ସିରିଜ ଡୁଆଲ ଜେଟ୍‌, ଡୁଆଲ ଭିଭିଟି ଇଞ୍ଜିନ ଆଦି ସାମିଲ ରହିଛି। ଏପରିକି ମାରୁତି ସୁଜୁକିର ସୁପର କ୍ୟାରି ମିନି ଟ୍ରକ୍‌ରେ ଏକ ୪-ସିଲିଣ୍ଡର ଇଞ୍ଜିନ ରହିଛି, ଯାହା ଏହାର ପେଟ୍ରୋଲ ମଡେଲରେ ୬୦୦୦ ଆର୍‌ପିଏମ୍‌ରେ ୫୯.୪ କେଡବ୍ଲ୍ୟୁ (୮୦.୭ପିଏସ୍‌)ର ସର୍ବାଧିକ ଶକ୍ତି ଏବଂ ୨୯୦୦ ଆର୍‌ପିଏମ୍‌ରେ ୧୦୪.୪ଏନ୍‌ଏମ୍‌ର ସର୍ବାଧିକ ଟର୍କ ପ୍ରଦାନ କରୁଛି ା
ଏ ସମ୍ପର୍କରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର ମାର୍କେଟିଂ ଏବଂ ସେଲ୍‌ସ ବିଭାଗର ସିନିୟର ଏକ୍ଜିକ୍ୟୁଟିଭ ଡାଇରେକ୍ଟର ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, ମାରୁତି ସୁଜୁକି ସର୍ବଦା ଏଭଳି ଏକ ଉପତ୍ାଦ ପ୍ରଦାନକରେ ଯାହା ଗ୍ରାହକଙ୍କ ଆଶାଠାରୁ ଅଧିକ। ସୁପର କ୍ୟାରିକୁ ଭାରତୀୟ ମିନି ଟ୍ରକ୍‌ ଗ୍ରାହକଙ୍କର ସ୍ବତନ୍ତ୍ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହାକୁ କମର୍ସିଆଲ ଭେଇକିଲ ସେଗ୍‌ମେଣ୍ଟରେ ସମସ୍ତ ଗ୍ରାହକ ପସନ୍ଦ କରିଛନ୍ତି। ୨୦୧୬ରେ ଶୁଭାରମ୍ଭ ପରଠାରୁ ଏ ପଯର୍‌ୟନ୍ତ ୧.୫ ଲକ୍ଷରୁ ଅଧିକ ୟୁନିଟ୍‌ ବିକ୍ରି ହୋଇସାରିଛି।
ଅପରପକ୍ଷରେ ସୁପର କ୍ୟାରିର ଶୁଭାରମ୍ଭ ସହ ମାରୁତି ସୁଜୁକି ମଧ୍ୟ ନୂଆ ସିଏନ୍‌ଜି କ୍ୟାବ୍‌ ଚେସିସ୍‌ ଭାରିଆଣ୍ଟର ଶୁଭାରମ୍ଭ କରିଛି, ଯାହାର ଏକ୍ସ-ଶୋ ରୁମ୍‌ ମୂଲ୍ୟ ୬,୧୫,୫୦୦ଟଙ୍କା ରହିଛି। ଉକ୍ତ ମିନିଟ୍ରକ୍‌ ମଧ୍ୟ ସିଏନ୍‌ଜି ଡେକ୍‌, ଗ୍ୟାସୋଲିନ ଡେକ୍‌ ଓ ଗ୍ୟାସୋଲିନ କ୍ୟାବ୍‌ ଚେସିସ୍‌ ଭାରିଆଣ୍ଟରେ ଉପଲବ୍ଧ। ଏହାର ଏକ୍ସ-ଶୋ’ରୁମ୍‌ ମୂଲ୍ୟ ଯଥାକ୍ରମେ ୬,୩୦,୫୦୦ ଟଙ୍କା, ୫,୩୦,୫୦୦ ଟଙ୍କା ଏବଂ ୫,୧୫,୫୦୦ ଟଙ୍କା ରହିଛି ।

Share