
କେସିଙ୍ଗା,୧୫.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ମାରୱାଡ଼ୀ ଯୁବାମଞ୍ଚର କର୍ମକର୍ତ୍ତା ଗୌରୀ ଶଙ୍କର ମନ୍ଦିର ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି।
ଏହି ନିର୍ବାଚନରେ ଯୁବାମଞ୍ଚ ର ୪୨ ଜଣସଦସ୍ୟ ଅଂଶଗ୍ରହଣ କରିଥିଲେ। ଏଥିରେ ସର୍ବସମ୍ମତି କ୍ରମେ ବିକାଶ ଚନ୍ଦ୍ର ଅଗ୍ରୱାଲ (ବିକ୍କି) ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ନିଖିଲେଶ ଅଗ୍ରୱାଲଙ୍କୁ ସଚିବ, ସୁରଜ ଅଗ୍ରୱାଲଙ୍କୁ ଉପାଧ୍ୟକ୍ଷ ଓ ବିବେକ ଜୈନଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଉକ୍ତ ମଞ୍ଚର ଅଧ୍ୟକ୍ଷ ମାରବାଡି ଯୁବମଞ୍ଚର ବିଭିନ୍ନ ସମସ୍ୟା, ଉନ୍ନତି ମୂଳକ କାର୍ଯ୍ୟ କରିବା ସହ ସମାଜର ଉତ୍ତୋରୋତ୍ତର ଶୁଭ କାମନା ଜଣାଇଥିଲେ।