Categories: ବାଣିଜ୍ୟ

ମେରି ସହେଲିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୬।୧୦: ରାଜ୍ୟର ସର୍ବ ପୁରାତନ କସ୍‌ମେଟିକ୍ସ ରିଟେଲ ଆଣ୍ଡ ସେଲୁନ୍‌ ସପ୍ଲାଏ ଚେନ୍‌ ମେରି ସହେଲିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ରବିବାର ବିଜେବି ନଗରସ୍ଥିତ ବିଜେଇଏମ୍‌ ସ୍କୁଲ ନିକଟରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରେଣୁକା ଜୈନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ସେଠିଆ, ଜୁଗଲ ସେଠିଆ, ବିକାଶ ସେଠିଆ, ଅକ୍ସିତା ସେଠିଆ ଏବଂ ପ୍ରତିକ୍‌ ଜୈନ୍‌ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ମେରି ସହେଲିର ମୁଖ୍ୟ କମଳ ସେଠିଆ କହିଛନ୍ତି, ଗ୍ରାହକଙ୍କ ନିକଟତର ହେବା ସହ ସୁଲଭ ମୂଲ୍ୟରେ ଗୁଣାତ୍ମକ ସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଏପରିକି ଗ୍ରାହକଙ୍କ ସପିଂ ଅଭିଜ୍ଞତାକୁ ଆହୁରି ସୁବିଧା କରାଇବା ସହ ହୋଲ୍‌ସେଲିଂ ମୂଲ୍ୟରେ ମେରି ସହେଲି ଗ୍ରାହକଙ୍କ ପାଖରେ ପହଞ୍ଚତ୍ବାକୁ ଉଦ୍ୟମ କରିବ। ସେହିଭଳି ମେରି ସହେଲିରେ ଉପଲବ୍ଧ ଉତ୍ପାଦଗୁଡିକ ଉପରେ ବିଶେଷ ରିହାତି ସହ ଗ୍ରାହକଙ୍କୁ ୨୦% ପର୍ଯ୍ୟନ୍ତ ରିହାତି ଦିଆଯିବ ବୋଲି ଆଉଟ୍‌ଲେଟ୍‌ ମୁଖ୍ୟ କମଳ ସେଠିଆ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି।

Share