ଇମ୍ରାନଙ୍କୁ ମାଙ୍କଡ଼ ସହ ତୁଳନା କଲେ ମରୀୟମ

ଇସଲାମାବାଦ୍‌,୨୯।୩: ପାକିସ୍ତାନରେ ରାଜନୈତିକ ସଙ୍କଟ ଦେଖାଦେଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଚେୟାରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ ଅନେକ ବିରୋଧୀଦଳ ନେତା ତାଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ଏହି କ୍ରମରେ ପାକିସ୍ତାନର ବିରୋଧୀ ଦଳ ପିଏମ୍‌ଏ-ଏନ୍‌ର ଜାତୀୟ ଉପାଧ୍ୟକ୍ଷା ମରିୟମ ନୱାଜ ମଧ୍ୟ ଇମ୍ରାନଙ୍କୁ ଟାର୍ଗେଟ କରିଛନ୍ତି।
ଏକ ରାଲିରେ ମରିୟମ କହିଛନ୍ତି, ଯେତେବେଳେ ମାଙ୍କଡ଼ର ପାଦ ଜଳିଯାଏ, ସେ ନିଜ ପିଲାମାନଙ୍କ ଉପରେ ପାଦ ରଖିଦିଏ। ସେହିପରି ଇମ୍ରାନ ଲୋକଙ୍କ ଉପରେ ପାଦ ରଖିଛନ୍ତି। ସେ ଇମ୍ରାନଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ, ୧୭୨ ନମ୍ବର ପୂରଣ କରି ଇମ୍ରାନ ଦେଖାନ୍ତୁ। ପାକିସ୍ତାନୀ ଜାତୀୟ ସଭାରେ ୩୪୨ ସଦସ୍ୟ ଅଛନ୍ତି। ଇମ୍ରାନଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। କିନ୍ତୁ ଏବେ ତାଙ୍କ ପାଖରେ କେବଳ ୧୫୫ ସଦସ୍ୟ ସମର୍ଥନ ରହିଛି। ଇମ୍ରାନଙ୍କ ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହୋିଛି। ମାର୍ଚ୍ଚ ୩୧ରେ ଭୋଟିଂ ହେବ।

Share