ଭାରତ ଚାଲିଯାଆନ୍ତୁ ଇମ୍ରାନ: ମରିୟମ

ଇସଲାମାବାଦ,୯ ।୪: ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଭାଷଣକୁ ନେଇ ଏବେ ପୁଣିଥରେ ରାଜନୀତି ହୋଇଛି ସରଗରମ । ଇମ୍ରାନ ତାଙ୍କ ଭାଷଣରେ ଭାରତକୁ ପ୍ରଶଂସା କରିବା ଫଳରେ ଏଭଳି ରାଜନୈତିକ ଟଣାଭିଡା ଆରମ୍ଭ ହୋଇଯାଇଛି । ଏହି ଘଟଣାରେ ପାକିସ୍ତାନ ମୁସଲିମ ଲିଗର ନେତା ତଥା ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ଇମ୍ରାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯଦି ଇମ୍ରାନ ଭାରତକୁ ଏତେ ପସନ୍ଦ କରୁଛନ୍ତି ତେବେ ପାକିସ୍ତାନ ଛାଡି ସେ ସେଠାକୁ ଚାଲି ଯାଉ ନାହାନ୍ତି କାହିଁକି ।
ଶାସନ କ୍ଷମତା ହାତରୁ ଚାଲିଯାଉଥିବା ବେଳେ ଇମ୍ରାନ ଏବେ ପାଗଳ ହୋଇଯାଇଛନ୍ତି । ହେଲେ ସେ ବୁଝିବା ଦରକାର କି ତାଙ୍କରି ଦଳ ହିଁ ତାଙ୍କୁ ବାହାରର ରାସ୍ତା ଦେଖାଇଛି । ପାକିସ୍ତାନରେ ଯେବେଠାରୁ ବିରୋଧି ଇମ୍ରାନଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି ସେବେଠାରୁ ଇମ୍ରାନ ଭାରତର ବୈଦେଶିକ ନୀତିର ପ୍ରଶଂସା କରି ଆସୁଛନ୍ତି ।

Share