ଇମ୍ରାନଙ୍କୁ ଟାର୍ଗେଟ୍‌ କଲେ ମରିୟମ

ଇସଲାମାବାଦ,୨୭ା୩: ପାକିସ୍ତାନର ଇମ୍ରାନ ସରକାର ଏବେ ଟଳମଳ। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ରବିବାର ଇସଲାମାବାଦରେ ଏକ ମେଗା ରାଲି କରିବାକୁ ଯାଉଛନ୍ତି। ବିରୋଧୀ ଦଳର ପାକିସ୍ତାନୀ ମୁସଲିମ ଲିଗ୍‌-ନଓ୍ବାଜର ଉପାଧ୍ୟକ୍ଷ ଇମ୍ରାନଙ୍କ ଏହି ରାଲିରେ ମରିୟମ ନଓ୍ବାଜ ତାଙ୍କୁ ଟାର୍ଗେଟ କରିଛନ୍ତି। ଲାହୋରରେ ଆରମ୍ଭ ହୋଇଥିବା ତାଙ୍କ ପଦଯାତ୍ରାରେ ମରିୟମ କହିଛନ୍ତି, ଇମ୍ରାନଙ୍କ ନେତୃତ୍ୱାଧୀନ ସରକାର ବିଦାୟ ନେବାକୁ ଯାଉଛନ୍ତି ଏବଂ ବିରୋଧୀଦଳ ମଧ୍ୟ ଇସଲାମାବାଦକୁ ପ୍ରଧାନମନ୍ତ୍ରୀଙ୍କୁ ବିଦାୟ ଦେବାକୁ ଯାଉଛନ୍ତି।

ମରିୟମ କହିଛନ୍ତି, ଇମ୍ରାନ ମଧ୍ୟ ଜାଣନ୍ତି ଯେ ତାଙ୍କ ସରକାର ଆଉ ନାହିଁ। ସେଥିପାଇଁ ସେ ପ୍ରତିଦିନ ପାଟି କରୁଛନ୍ତି। ପିଏମ୍‌ଏଲ୍‌-ଏନ୍‌ ନେତା ତାଙ୍କ ପଦଯାତ୍ରାରେ କହିଛନ୍ତି, ଅଯୋଗ୍ୟ ସରକାର ଏବଂ ମୁଦ୍ରାସ୍ଫୀତି କାରଣରୁ ତାଙ୍କ ଦଳର ସୁପ୍ରିମୋ ନଓ୍ବାଜ ସରିଫ୍‌ଙ୍କ ନାମ ସମସ୍ତଙ୍କ ମୁହଁରୁ ବାହାରୁଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ହଟାଇବା ପାଇଁ ବିରୋଧୀ ଦଳ ନୁହେଁ ତାଙ୍କ ସରକାର ହିଁ ପଦକ୍ଷେପ ନେଇଛନ୍ତି।

Share