ଇମ୍ରାନଙ୍କୁ ମରିୟମଙ୍କ କଡ଼ା ଜବାବ

ଇସଲାମାବାଦ,୨୯ା୫: ପାକିସ୍ତାନରେ ନୂଆ ସରକାର ଗଠନ ପରେ ଏଠାରେ ରାଜନୈତିକ ଉତ୍ତେଜନା ଜାରି ରହିଛି। ଇମ୍ରାନ ଖାନ୍‌ ସରକାରଙ୍କୁ ଶୀଘ୍ର ନିର୍ବାଚନ କରିବାକୁ ଦାବି କରୁଛନ୍ତି। ନିର୍ବାଚନ ପରିଚାଳନା ଦାବିରେ ସେ ଏକ ବିରୋଧ ମଧ୍ୟ ପ୍ରଦର୍ଶନ କରିଥିଲେ। ଇମ୍ରାନଙ୍କୁ ଜବାବ ଦେଇଛନ୍ତି ପାକିସ୍ତାନର ସୂଚନା ମନ୍ତ୍ରୀ ମରିୟମ। ସେ କହିଛନ୍ତି, ପାକିସ୍ତାନରେ ଆଗାମୀ ନିର୍ବାଚନ ଅଗଷ୍ଟ ୨୦୨୩ରେ ଅନୁଷ୍ଠିତ ହେବ ଏବଂ ଇମ୍ରାନ ଖାନ୍‌ଙ୍କ ସହିତ କୌଣସି ଆଲୋଚନା ହେବ ନାହିଁ।

ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ମରିୟମ ଇମ୍ରାନ ଖାନଙ୍କୁ ଟାର୍ଗେଟ କରି କହିଥିଲେ, ‘ଆପଣଙ୍କ ସହ କୌଣସି ବାର୍ତ୍ତାଳାପ ହୋଇ ନ ପାରେ। ଯେହେତୁ ଆପଣ ନିର୍ବାଚନ ତାରିଖ ମାଗିଛନ୍ତି, ମୁଁ ଆପଣଙ୍କୁ ନିର୍ବାଚନ ତାରିଖ ଦେଉଛି, ଭଲଭାବେ ଶୁଣନ୍ତୁ ଏବଂ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଅଗଷ୍ଟ ୨୦୨୩ରେ ନିର୍ବାଚନ ଅନୁଷ୍ଠିତ ହେବ।’

ଇମ୍ରାନଙ୍କ ବିବୃତ୍ତିକୁ ମରିୟମ ସମାଲୋଚନା କରିବା ସହ ତାଙ୍କ ଅବସ୍ଥା ଗୁରୁତର ଥିବା କହିଛନ୍ତି ଏବଂ ଇମ୍ରାନଙ୍କୁ ‘ଶାନ୍ତି ଔଷଧ’ ଗ୍ରହଣ କରିବା ଉଚିତ ଏବଂ ପାକିସ୍ତାନର ଲୋକଙ୍କୁ ବିଶ୍ରାମ ଦେବା ଉଚିତ ବୋଲି ସେ କହିଛନ୍ତି।

Share