ଇମ୍ରାନଙ୍କୁ ମରିୟମଙ୍କ ଚେତାବନୀ

ଇସଲାମାବାଦ,୧୬ା୫: ପାକିସ୍ତାନର ଶାସକ ଦଳ ମୁସ୍‌ଲିମ ଲିଗ୍‌-ନଓ୍ବାଜ (ପିଏମଏଲ-ଏନ୍‌) ନେତ୍ରୀ ମରିୟମ ନଓ୍ବାଜ କହିଛନ୍ତି ଯେ, ଯଦି ଇମ୍ରାନ ତାଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରର ପ୍ରମାଣ ଦେଖାନ୍ତି ତେବେ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କ ଅପେକ୍ଷା ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଧିକ ସୁରକ୍ଷା ଦେବେ।

ଇମ୍ରାନ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ଆଣିଥିଲେ। ପାକିସ୍ତାନ ତଥା ବିଦେଶରେ ତାଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚାଯାଇଛି ବୋଲି ଇମ୍ରାନ କହିଛନ୍ତି। ଇମ୍ରାନ କହିଛନ୍ତି, ଯଦି ତାଙ୍କ ସହ କିଛି ଘଟେ ତେବେ ଲୋକମାନେ ଅପରାଧୀଙ୍କ ବିଷୟରେ ଜାଣିପାରିବେ। ଏହି ଷଡ଼ଯନ୍ତ୍ର ବିଷୟରେ ସେ ଏକ ଭିଡିଓ ମଧ୍ୟ ରେକର୍ଡ କରିଛନ୍ତି ବୋଲି ଇମ୍ରାନ କହିଛନ୍ତି। ଏହାର ଜବାବ ରଖିଛନ୍ତି ମରିୟମ। ସେ କହିଛନ୍ତି, ଯଦି ଏହା ସତ ପ୍ରମାଣିତ ହୁଏ ତେବେ ଆମେ ଇମ୍ରାନଙ୍କୁ ଅଧିକ ସୁରକ୍ଷା ଦେବୁ।

Share