କ୍ୟାଟ୍ରିନା ପିନ୍ଧିଥିବା ଲେହେଙ୍ଗାକୁ ପୂର୍ବରୁ ପିନ୍ଧି ସାରିଛନ୍ତି ଏହି ମଡେଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ଡିସେମ୍ବର ୯ରେ ହୋଇଯାଇଛି। ବିବାହ ପରେ ସୋସିଆଲ ମି଼ଡିଆରେ ଫଟୋ ଶେୟାର କରିବା ପରେ ଫ୍ୟାନ୍ସଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି। କେହି କେହି ସେ ପିନ୍ଧିଥିବା ମଙ୍ଗଳସୁତ୍ରକୁ ପ୍ରଶଂସା କରୁଛନ୍ତି ତ କିଏ ଲେହେଙ୍ଗା। ତେବେ ନିକଟରେ ସେ ବିବାହରେ ପିନ୍ଧିଥିବା ଲାଲ ଲେହେଙ୍ଗା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ପିନ୍ଧିଥିବା ଲେହେଙ୍ଗାଟି ନୂଆ ଡିଜାଇନ୍‌ ନୁହେଁ ବୋଲି ତାଙ୍କ ଫ୍ୟାନ୍ସ କହୁଛନ୍ତି। ପୂର୍ବରୁ ଏକ ଫଟୋ ଶୁଟରେ ଫ୍ୟାସନ ଡିଜାଇନର ମସାବା ଗୁପ୍ତା ଏହାକୁ ପିନ୍ଧି ସାରିଛନ୍ତି।

ଜୁଲାଇ ୨୦୨୧ରେ ମସାବା ଗୁପ୍ତା ସବ୍ୟସାଚୀଙ୍କ ପାଇଁ ଏକ ଫଟୋ ଶୁଟ କରିଥିଲେ । ଯାହାକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥିଲେ । ସେଥିପାଇଁ ଫ୍ୟାନ୍ସ କହୁଛନ୍ତି ସବ୍ୟସାଚୀ କ୍ୟାଟ୍ରିନାଙ୍କ ପାଇଁ କିଛି ନୂଆ ଡିଜାଇନ କରିନାହାନ୍ତି ।

Share