ମାଲଗୋଦାମରେ ମସଲା ଅପମିଶ୍ରଣ

କଟକ,୨୨ା୭ (କାର୍ତ୍ତିକ ସାହୁ): କଟକ ଅପମିଶ୍ରିତ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି। କିଛି ମାସ ବ୍ୟବଧାନ ପରେ ମାଲଗୋଦାମ ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଶୁକ୍ରବାର କମିଶନରେଟ୍‌ ପୋଲିସ କଟକ ମହାନଗର ନିଗମ(ସିଏମ୍‌ସି)ର ସ୍ବାସ୍ଥ୍ୟ ବିଭାଗ ସହଯୋଗରେ ଚଢାଉ କରି ୨୪ ବସ୍ତାରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାର ନକଲି ମସଲାଗୁଣ୍ଡ ଜବତ କରିଛି। ରୋଷେଇରେ ବ୍ୟବହାର ହେଉଥିବା ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ବେସନ ଆଦି ଅପମିଶ୍ରଣ ହେଉଥିବା ପୋଲିସ ଚଢ଼ାଉବେଳେ ଜାଣିବାକୁ ପାଇଛି। ଏହି କାରବାରର ମୁଖ୍ୟ ଅଭିଯୁକ୍ତ ଅରୁଣ ଗନ୍ତାୟତଙ୍କୁ ମାଲଗୋଦାମ ପୋଲିସ ଗିରଫ କରିଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।
ମାଲଗୋଦାମ ଅଞ୍ଚଳର ଉକ୍ତ ସ୍ଥାନରେ ମସଲା ଅପମିଶ୍ରଣ ୟୁନିଟ୍‌ ଚାଲିଥିବା ପୋଲିସ ସୂଚନା ପାଇଥିଲା। ତୁରନ୍ତ ମାଲଗୋଦାମ ଆଇଆଇସି ରଜନୀକାନ୍ତ ଦାସଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଓ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉରେ ସାମିଲ ଥିବା ଏସିପି ଅରୁଣ କୁମାର ସ୍ବାଇଁ କହିଛନ୍ତି, ଅଭିଯୁକ୍ତ ଜଣଙ୍କ ଏକ ବିଦ୍ୟୁତ୍‌ଚାଳିତ ମସଲା ପେଷା ମେଶିନ୍‌ ରଖିଛନ୍ତି। ଅପମିଶ୍ରଣ ପାଇଁ ବସ୍ତା ବସ୍ତା ରାସାୟନିକ ରଙ୍ଗ ସେଠାରେ ମହଜୁଦ୍‌ ରହିଛି। ସେହି ରଙ୍ଗଗୁଡ଼ିକୁ ମସଲାର ରଙ୍ଗ ଅନୁଯାୟୀ ମିଳାଇ ସେଥିରେ ମିଶ୍ରଣ କରାଯାଉଛି, ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ନକଲି ଲଙ୍କାଗୁଣ୍ଡ ପ୍ରସ୍ତୁତବେଳେ ଶୁଖିଲା ଲଙ୍କା ୩୦% ଓ ଚାଉଳ ଗୁଣ୍ଡ ୭୦% ସହିତ ରାସାୟନିକ ରଙ୍ଗ ମିଶ୍ରଣ କରି ପେଷାଯାଉଛି। ସେହିପରି ନକଲି ହଳଦୀ, ଧନିଆ, ଜିରା, ବେସନ ଆଦି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ସେଗୁଡ଼ିକୁ ଓଜନ କରି ପ୍ୟାକିଂ କରାଯାଉଥିବା ଦେଖିବାକୁ ମିଳିଛି। ବିଶେଷକରି ରାସ୍ତାକଡ଼ରେ ଫାଷ୍ଟଫୁଡ୍‌ ବିକୁଥିବା ବ୍ୟବସାୟୀ ଏହି ସାମଗ୍ରୀଗୁଡ଼ିକୁ ଶସ୍ତାରେ କିଣିନେଉଛନ୍ତି। ସେହିପରି ବଜାର ଦରଠାରୁ କମ୍‌ ଦାମ୍‌ରେ ମିଳୁଥିବାରୁ ଲୋକମାନେ ମଧ୍ୟ ଆଗ୍ରହର ସହ ଏହାକୁ କିଣୁଛନ୍ତି। ଅପରପକ୍ଷରେ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ମହାପାତ୍ର କହିଛନ୍ତି, ଜବତ ସାମଗ୍ରୀର ନମୁନା ପରୀକ୍ଷା ପାଇଁ ଲାବରେଟୋରିକୁ ପଠାଯିବ। ରିପୋର୍ଟ ଆସିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ପୂର୍ବରୁ କଟକ ସହରର ବିଭିନ୍ନ କାରଖାନା ଓ ଗୋଦାମରେ ଚଢ଼ାଉ କରାଯାଇ ନକଲି ମସଲା ଗୁଣ୍ଡ, ସିମେଣ୍ଟ, ଘିଅ, ଚା’ପତି ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ଅସାଧୁ ବ୍ୟବସାୟୀଙ୍କୁ ଗିରଫ କରି ଜେଲ୍‌ ପଠାଯାଇଛି। କଟକ ବଣିକ ସଂଘ ମଧ୍ୟ ଅପମିଶ୍ରଣକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏପରି କି ଅପମିଶ୍ରଣ ଧରାପଡ଼ିଲେ ମାଲଗୋଦାମରେ ବ୍ୟବସାୟ କରିପାରିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଏସବୁ ସତ୍ତ୍ୱେ କଟକରେ ନକଲି ଓ ଅପମିଶ୍ରଣ ସାମଗ୍ରୀ ପ୍ରସ୍ତୁତ ଉପରେ ରୋକ୍‌ ଲଗାଯାଇପାରୁନାହିଁ। ଏହାକୁ ଖାଇବା ଦ୍ୱାରା ଲୋକମାନେ ରୋଗର ଶିକାର ହେଉଥିବାବେଳେ ବ୍ୟବସାୟୀ ମାଲାମାଲ୍‌ ହେଉଛନ୍ତି। ତେଣୁ ଆଗାମୀ ଦିନରେ ଏଭଳି କାରବାର ରୋକିବାକୁ ସିଏମ୍‌ସି ଓ ପୋଲିସ ପ୍ରଶାସନ କିଭଳି ପନ୍ଥା ଆପଣାଉଛନ୍ତି ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri