ମଶାଣି ମଣିଷ ମନିଆ

ଜଳେଶ୍ୱର, ୧୦ା୫(ଡି.ଏନ୍‌.ଏ)-ଜୀବଦ୍ଦଶାରେ ନିଜର କର୍ତ୍ତବ୍ୟ ସମ୍ପାଦନ ପରେ ମୁକ୍ତି ଯାତ୍ରା ଅନିବାର୍ଯ୍ୟ। ଏହି ମୁକ୍ତି ଯାତ୍ରାର ପ୍ରଥମ ବାହକ ହୁଅନ୍ତି ନିଜର ରକ୍ତ ସମ୍ପର୍କୀୟ କିମ୍ବା ଆମତ୍ୀୟସ୍ବଜନ। ଏ ପ୍ରଥା ଅନାଦି କାଳରୁ ସମାଜରେ ଚଳିଆସୁଛି ା କିନ୍ତୁ ଏପରି ଜଣେ ବ୍ୟକ୍ତିତ୍ୱ ଅଛନ୍ତି ଯିଏ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଯେକୌଣସି ବ୍ୟକ୍ତିଙ୍କ ମୁକ୍ତିଯାତ୍ରାରେ ଯୋଗ ଦିଅନ୍ତି ଶବ ବାହକ ଭାବେ ା
ବାଲେଶ୍ୱର ଜିଲାର ଜଳେଶ୍ୱର ପୌରପରିଷଦର ୧୨ନଂ. ୱାର୍ଡ ଧାରାଷ୍ଟ୍ରକ ମୌଜାରେ ୪୯ବର୍ଷ ବୟସ୍କ ଜୟନାରାୟଣ କୁଣ୍ଡୁଙ୍କ ଘର। ମନିଆ ବୋଲି ତାଙ୍କୁ ସମସ୍ତେ ଡାକନ୍ତି। ଜଳେଶ୍ୱର ଅଞ୍ଚଳରେ ଯେ କେହି ବ୍ୟକ୍ତିଙ୍କ ମୁକ୍ତିଯାତ୍ରା ହେଲେ ଆଗ ଖୋଜା ପଡେ ମନିଆଙ୍କୁ। ସାଧାସିଧା ମଣିଷଟିଏ। ନୀତି ନିୟମ ଅନୁଯାୟୀ ୬ ଖଣ୍ଡ କାଠରେ କୋକେଇ ବାନ୍ଧିବା ଓ କଳା ତୁଳସୀକୁ ଧରି ଶବକୁ କାନ୍ଧଦେବା ତାଙ୍କ ପାଇଁ ସାଧାରଣ ଘଟଣା। ୨୫ ବର୍ଷ ବୟସରେ ସେ ପ୍ରଥମେ ଶବ ବାହକ ହୋଇ ମଶାଣିକୁ ଯାଇଥିଲେ ା ଆଉ ପ୍ରଥମ ସେହି ଚିତାଗ୍ନି ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା ା ସହର ହେଉ ବା ଗ୍ରାମାଞ୍ଚଳ ହେଉ କାହାର ମୃତ୍ୟୁ ଖବର ପାଇଲେ ସମସ୍ତ କାମଛାଡି ସେ ପହଞ୍ଚିଯାନ୍ତି ମୃତକଙ୍କ ଘରେ ା ଏଥିରେ ତାଙ୍କୁ ମିଳିଥାଏ ଆତ୍ମସନ୍ତୋଷ ବୋଲି ସେ କୁହନ୍ତି। ତେଣୁ ଲୋକେ ତାଙ୍କୁ କେହି ଶବ ବାହକ, କେହି ମଶାଣି ମଣିଷ ବା କେହି ଶବ ସାଥି ବୋଲି କହିଥାନ୍ତି ା ସେ ଏ ପର୍ଯ୍ୟନ୍ତ ଶହେରୁ ଊର୍ଦ୍ଧ୍ୱ ଶବ ସକତ୍ାର କରିଥିବା କୁହନ୍ତି। ଏପରି ମହନୀୟ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ା ନିକଟରେ ଜଳେଶ୍ୱର ନୂଆବଜାର ଅଞ୍ଚଳର ସଞ୍ଜୟ ପ୍ରଧାନ, ରାକେଶ ବାରିକଙ୍କ ନେତୃତ୍ୱରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।