Categories: ଫୁରସତ

ମାସ୍କ ଆର୍ଟ

କରୋନା ମହାମାରୀ ପାଇଁ ମଣିଷ ଘରେ ବନ୍ଦି ହୋଇ ରହିବାକୁ ବାଧ୍ୟ ହେଉଛି। ତେଣୁ ମଳୁଥିବା ଖାଲି ସମୟରେ ଅନେକେ ନିଜ ଅନ୍ତର୍ନିହିତ କଳାର ବିକାଶ କରୁଛନ୍ତି। ଯେମିତିକି ଷ୍ଟିଫେନ୍‌ କ୍ରାଫ୍ଟ ନାମକ ଜଣେ ବ୍ୟକ୍ତି ଫେସ୍‌ ମାସ୍କକୁ ନେଇ କରିଛନ୍ତି କିଛି ସୃଜନାତ୍ମକ ଆର୍ଟ। ଯାହା ଦେଖିବାକୁ ବେଶ୍‌ କୌତୁହଳମୟ। ଅଫିସ୍‌ ଓ ଅନ୍ୟ କାମ କରିବା ପରେ ମିଳୁଥିବା ସମୟରେ ସେ ଏହି ଆର୍ଟ ସବୁ କରିଛନ୍ତି। କେତେବେଳେ ଏହାକୁ ସେ ଗରମ ଚା’ କପ୍‌ ଲୁକ୍‌ ଦେଇଛନ୍ତି ତ କେବେ ଝିଅଟିଏ ତୀର ନିକ୍ଷେପ କରୁଥିବା, ପୁଣି କେବେ ପରୀକଥାର ରାପ୍‌ନଜେଲ୍‌ ନିଜ ଲମ୍ବା କେଶକୁ ଦୁର୍ଗରୁ ଝୁଲାଇଥିବାର ଦୃଶ୍ୟକୁ ମାସ୍କ ମାଧ୍ୟମରେ ଦେଖାଇଛନ୍ତି। ଏହି ଆର୍ଟ କରିବା ପାଇଁ ସେ ସିଙ୍ଗଲ ୟୁଜ୍‌ ହେଉଥିବା ମାସ୍କ ବ୍ୟବହାର କରିଛନ୍ତି। ଷ୍ଟିଫେନ୍‌ କହନ୍ତି, ପ୍ରତିଥର ଏକ ଆର୍ଟ କରିବା ପରେ ଭାବେ ଏଇଟାବୋଧେ ମୋର ଶେଷ ଆର୍ଟ। ଏହାପରେ ଆଉ ନୂଆ ଆଇଡିଆ ଆସିବନି। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଏକ ନୂଆ ଯୋଜନା ଆସେ। ଆଉ ନୂଆ ଏକ ଆର୍ଟ ପ୍ରସ୍ତୁତ

Share