ଜେରୁଜେଲମ୍,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ଯେ, ମାସ୍କ୍ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା କରୋନା ଲଢ଼େଇ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ମାର୍ଗଦର୍ଶିକା ବିରୋଧରେ ଇସ୍ରାଏଲ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ସ୍ଥାନୀୟ ସରକାର କେହି ମାସ୍କ୍ ପିନ୍ଧିବେ ନାହିଁ ବୋଲି ଦେଶବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ୮୧ ପ୍ରତିଶତ ଲୋକ କରୋନା ଟିକା ନେଇ ସାରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପରେ ବହୁ ଲୋକ ମୁହଁରୁ ମାସ୍କ୍ କାଢ଼ି ପିଙ୍ଗୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ୍ କରୁଛନ୍ତି। ଏଭଳି ଏକ ୩୦ ସେକେଣ୍ଡର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।