ହୁବଲି,୧୦।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ମାସ୍କ୍ ପିନ୍ଧିବା ଅପରିହାର୍ଯ୍ୟ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏପରିସ୍ଥଳେ ଲୋକଙ୍କ ସୁବିଧାରେ ଶସ୍ତାରେ ମାସ୍କ୍ ଯୋଗାଇଦେବା ଲାଗି କର୍ନାଟକର ହୁବଲି ଧାରଓ୍ବାଡ୍ ମ୍ୟୁନିସ୍ପାଲ କର୍ପୋରେଶନ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ଭେଣ୍ଡିଂ ମେଶିନ୍ ଦ୍ୱାରା ମାସ୍କ୍ ମାତ୍ର ୨ ଟଙ୍କାରେ ଲୋକଙ୍କୁ ଯୋଗାଇ ଦିଆଯାଉଛି। ସେଚ୍ଛାସେବୀ ସଂଗଠନ ୟଙ୍ଗ ଇଣ୍ଡିଆ ପକ୍ଷରୁ ମ୍ୟୁନିସ୍ପାଲ କର୍ପୋରେଶନ ମିଳତ ସହଯୋଗରେ ସର୍ବସାଧାରଣ ସ୍ଥଳ, ବସ୍ ଷ୍ଟାଣ୍ଡ୍, ବଜାର, ହସ୍ପିଟାଲ ପରିସରରେ ଏଭଳି ଭେଣ୍ଡିଂ ମେଶିନ୍ ଲଗାଯିବାର ବ୍ୟବସ୍ଥା କରାଯାଉଛି। ୨ ଟଙ୍କିଆ କଏନ୍ ମେଶିନ୍ରେ ପକାଇଲେ ଅନ୍ୟପଟେ ଏକ ସର୍ଜିକାଲ ମାସ୍କ୍ ବାହାରୁଛି। ପ୍ରତି ମେଶିନ୍ରେ ୧୦୦ଟି ମାସ୍କ୍ ରଖାଯାଇଛି। ଏବେ ମାସ୍କ୍ ଭେଣ୍ଡିଂ ମେଶିନ୍ ବେଶ୍ ଲୋକପ୍ରିୟତା ହାସଲ କରୁଥିବା ହୁବଲି ଧାରଓ୍ବାଡ୍ ମ୍ୟୁନିସ୍ପାଲ କର୍ପୋରେଶନ ପକ୍ଷରୁ ସୂଚନା ଦିଆଯାଇଛି।