Advertisement

ମେକ୍ସିକୋ ସହରର ପବ୍ଲିକ ମାର୍କେଟରେ ନିଆ ଲଗାଇଲେ ଅଜଣା ବନ୍ଧୁକଧାରି, ୯ ମୃତ

ଟୋଲୁକା,୧୧।୭: କେତେଜଣ ଅଜ୍ଞାତ ବନ୍ଧୁକଧାରୀ ସୋମବାର ମଧ୍ୟ ମେକ୍ସିକୋ ସହର ଟୋଲୁକାରେ ଏକ ସାର୍ବଜନିକ ବଜାରରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କୁହାଯାଉଛି କି ଆକ୍ରମଣକାରୀମାନେ ବଜାରରେ ପହଞ୍ଚିବା ମାତ୍ରେ ଗୁଳି ଚଳାଇଥିଲେ ଏବଂ ପରେ ନିଆଁ ଲଗାଇ ପଳାଇବା ପୂର୍ବରୁ ବଜାରର ଏକ ଜ୍ୱଳନ୍ତ ପଦାର୍ଥକୁ ସ୍ପ୍ରେ କରିଥିଲେ। ତେବେ ମୃତକଙ୍କ ମଧ୍ୟରୁ ତିନିଜଣଙ୍କର ବୟସ ୧୮ବର୍ଷରୁ କମ, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ନାହିଁ।
ମେକ୍ସିକୋ ସିଟିଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ଟୋଲୁକାରେ ହୋଇଥିବା ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନାହାଁନ୍ତି। ମେକ୍ସିକୋ ରାଜ୍ୟର ରାଜଧାନୀ ଟୋଲୁକା ପ୍ରାୟ ଏକ ନିୟୁତ ବାସିନ୍ଦାଙ୍କ ସହର ଏବଂ ଏହାକୁ ରାଜଧାନୀର ମହାନଗର ନିଗମର ଏକ ଅଂଶ ଭାବରେ ବିବେଚନା କରାଯାଏ, ଯେଉଁଠାରେ କିଛି ବାସିନ୍ଦା କାମ କରିବାକୁ ଯାଆନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel