Categories: ଜାତୀୟ

୫ବର୍ଷରୁ କମ୍‌ ଛୁଆଙ୍କ ପାଇଁ ମାସ୍କ ଜରୁରୀ ନୁହେଁ

ନୂଆଦିଲ୍ଲୀ,୨୦।୧: ୫ ବର୍ଷରୁ କମ୍‌ ଛୁଆଙ୍କ ପାଇଁ ମାସ୍କ ଜରୁରୀ ନୁହେଁ। ୬ରୁ ୧୧ ବର୍ଷର ପିଲା ମାସ୍କ ପିନ୍ଧି ପାରନ୍ତି। କିନ୍ତୁ ଏହା ସେମାନଙ୍କର ସୁରକ୍ଷିତ ମାସ୍କ ବ୍ୟବହାରର ଦକ୍ଷତା ଉପରେ ନିର୍ଭର କରେ। ଏଣୁ ସେମାନେ ବାପା ମା’ଙ୍କ ତତ୍ତ୍ୱାବଧାନରେ ମାସ୍କ ପିନ୍ଧିପାରିବେ। ଯେଉଁମାନଙ୍କ ବୟସ ୧୨ କିମ୍ବା ତତୁର୍ଦ୍ଧ ସେମାନଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ନୂଆ ଗାଇଡ୍‌ ଲାଇନରେ କୁହାଯାଇଛି। କରୋନା ଭାଇରସ ଓମିକ୍ରନ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ବିଶେଷଜ୍ଞ କମିଟି ଗାଇଡ୍‌ଲାଇନ ଧାର୍ଯ୍ୟ କରିଛନ୍ତି।

Share