ପୁଣି ଭାରତକୁ ଫେରିଲା ମାସ୍କ: ୨୪ ଘଣ୍ଟାରେ ୬ ମୃତ, ୩୫୮ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୨୧।୧୨ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଥରେ ଲୋକଙ୍କୁ ଭୟଭୀତ କରିବାରେ ଲାଗିଛି। ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ପୁଣିଥରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା କାରଣରୁ ୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୫୮ନୂତନ ମାମଲା ଦେଖିବାକୁ ମିଳିଛି। ଗତ ଦୁଇ ସପ୍ତାହ ମଧ୍ୟରେ କରୋନା ଯୋଗୁ ଦେଶରେ ୨୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କମଧ୍ୟରୁ ୩୦୦ କେବଳ କେରଳରେ ପଞ୍ଜିକୃତ ହୋଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ଆକ୍ରାନ୍ତ ହୋଇ ୬ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ କର୍ନାଟକରେ ୨ଜଣ, ପଞ୍ଜାବରେ ଜଣେ ଏବଂ କେରଳର ୩ ଜଣ ରହିଛନ୍ତି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨,୬୬୯ ଛୁଇଁଛି। ଦେଶକୁ ପୁଣି ମାସ୍କ ଫେରିଛି। ଭିଡରୁ ଦୂରେଇ ରହିବା ଏବଂ ଘରୁ ବାହାରକୁ ଗଲେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଥିବାବେଳେ ମହାରାଷ୍ଟ୍ରରେ ୧୦, କର୍ନାଟକରେ ୧୩, ଗୁଜରାଟରେ ୧୧ ରହିଛି।

Share