ଆମେରିକାରେ ବଡ଼ ଗୁଳିକାଣ୍ଡ: ୨୨ ମୃତ୍ୟୁ, ୫୦ରୁ ଅଧିକ ଲୋକ ଆହତ

ଓ୍ବାଶିଂଟନ୍‌,୨୬।୧୦: ଆମେରିକାର ମେନ ରାଜ୍ୟର ଲୁଇଷ୍ଟନ ସହରରେ ବୁଧବାର ବିଳମ୍ବିତ ରାତିରେ ଗୁଳିକାଣ୍ଡରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସନ୍ଦିଗ୍ଧ ଆକ୍ରମଣକାରୀ ଘଟଣା ପରେ ଫେରାର ଅଛନ୍ତି। ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ସୁରକ୍ଷା ଅଧିକାରୀ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ଦୁଇଟି ଫଟୋ ରାଇଫଲ ସହ ଫେସବୁକରେ ଶେୟାର କରି ଅଭିଯୁକ୍ତକୁ ଚିହ୍ନଟ କରିବାରେ ଜନସାଧାରଣଙ୍କ ସାହାଯ୍ୟ ମାଗିଥିଲେ।

Share