Categories: ଜାତୀୟ

ଅମରାବତୀ ହତ୍ୟାକାଣ୍ଡରେ ସାମିଲ ଥିଲେ ନିକଟତମ ବନ୍ଧୁ, ସଂସ୍କାରରେ ବି ହୋଇଥିଲେ ସାମିଲ

ଅମରାବତୀ,୩ ।୭: ଅମରାବତୀ ହତ୍ୟାକାଣ୍ଡକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ମିଳିଥିବା ତାଜା ସୂଚନା ଅନୁଯାୟୀ, ମୃତକ ଉମେଶ ଖୋଲେଙ୍କ ହତ୍ୟାକାଣ୍ଡରେ ତାଙ୍କର ଜଣେ ଭଲ ବନ୍ଧୁ ବା ସାଙ୍ଗ ସାମିଲ ଥିଲେ । ନାଁ ତାଙ୍କ ଡାକ୍ତର ୟୁଶୁଫ ଖାଁ ।
କୁହାଯାଉଛି କି କାହାକୁ କିଛି ସନ୍ଦେହ ନ ହେଉ ଏଥିପାଇଁ ୟୁଶୁଫ ଉମେଶଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତର ୟୁଶୁଫ ଖାଁ ଓ ଉମେଶଙ୍କ ବନ୍ଧୁତା ପ୍ରାୟ ୧୦ ବର୍ଷର ହେବ । ୟୁଶୁଫ ଖାଁ କେତେଥର ଉମେଶଙ୍କୁ କ୍ରେଡିଟରେ ଔଷଧ ଦେଇଛନ୍ତି । ଏତେ ଘନିଷ୍ଠତା ଭିତରେ ବି ୟୁଶୁଫ ଏମିତି କାମ କରିବେ ତାହା କେହି ବିଶ୍ୱାସ କରିପାରୁ ନାହାନ୍ତି ।

Share