ବିଭିନ୍ନ ଗାଁରେ ନରସଂହାର: ୬୦ ମୃତ ଦେହ ମିଳିଲା…

କୀନସାସା,୨୭।୪ : ପୂର୍ବ କଙ୍ଗୋର ଉତ୍ତର କିଭୁ ପ୍ରଦେଶର କେତେକ ଗ୍ରାମରେ ୬୦ ଜଣଙ୍କ ମୃତଦେହ ମିଳିଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବିଦ୍ରୋହୀମାନେ ଏହି ଲୋକଙ୍କୁ ହତ୍ୟା କରିଛନ୍ତି।

ବିୱିଟୋ ଅଞ୍ଚଳର ଡେପୁଟି ଗଭର୍ନର ଆଇଜାକ କିବିରା କହିଛନ୍ତି ଏମ-୨୩ ଗୋଷ୍ଠୀର ବିଦ୍ରୋହୀମାନେ କିଛି ଦିନ ଧରି ରୁଟସୁରୁ ଅଞ୍ଚଳର କାଶାଲି ଏବଂ କାଜାରୋ ଗ୍ରାମରେ ନରସଂହାର ଜାରି ରଖିଛନ୍ତି।

କିବିରା ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଏମ-୨୩ ଗୋଷ୍ଠୀ ଦ୍ୱାରା ସାଧାରଣ ନାଗରିକଙ୍କୁ କିପରି ହତ୍ୟା କରାଯାଉଛି ତାହା ଦେଖି ଆମେ ଦୁଃଖିତ। ଷାଠିଏରୁ ଅଧିକ ଲୋକଙ୍କ ମୃତଦେହ ବନ୍ଧା ଅବସ୍ଥାରେ ମିଳିଥିଲା। ଅନ୍ୟ ଲୋକଙ୍କ ମୃତଦେହ ବ୍ୟାଗରେ ବନ୍ଧା ହୋଇଥିଲା।
ସୂଚନଯୋଗ୍ୟ, ଏମ-୨୩ ବିଦ୍ରୋହୀ ଗୋଷ୍ଠୀ ମୁଖ୍ୟତଃ କଙ୍ଗୋର ଅନୁସୂଚିତ ଜାତିର ତୁତ୍ସୀ ସମ୍ପ୍ରଦାୟର ଲୋକଙ୍କୁ ନେଇ ଗଠିତ। ଏହି ଗୋଷ୍ଠୀ ଗତ ୧୦ ବର୍ଷ ମଧ୍ୟରେ ଶକ୍ତିଶାଳୀ ହେବାରେ ଲାଗିଛି। ଏହାର ଯୋଦ୍ଧାମାନେ ରୁୱାଣ୍ଡା ସୀମାରେ ପୂର୍ବ କଙ୍ଗୋର ବୃହତ୍ତମ ସହର ଗୋମାକୁ ଦଖଲ କରିଥିଲେ।

Share