ନରସଂହାର, ୟୁକ୍ରେନ୍‌ରେ ପଡ଼ିଛି ଭାକ୍ୟୁମ୍‌ ବୋମା, ଅକ୍ସିଜେନ୍‌ ନେଇଛି ଶୋଷି !…

କ୍ୱିଭ୍‌,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ, କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନ ଯୁଦ୍ଧରେ ରୁଷିଆ ଭାକ୍ୟୁମ୍‌ ବୋମା ବ୍ୟବହାର କରିଛି। ଏହି ମହାବିନାଶକ ବୋମା ଯୋଗୁଁ ବହୁ ଲୋକଙ୍କ ଜୀବନ ସଙ୍କଟରେ ଥିବା ରିପୋର୍ଟରେ କୁହାଯାଇଛି।

ୟୁକ୍ରେନରେ ଆମେରିକାର ରାଷ୍ଟ୍ରଦୂତ ଓକସାନା ମାର୍କାରୋଭା ଦାବି କରିଛନ୍ତି ଯେ ରୁଷିଆ ଏହି ବିନାଶକାରୀ ବୋମା ବ୍ୟବହାର କରିଛି। ଜେନେଭା ସମ୍ମିଳନୀ ସମୟରେ ଏହି ବୋମା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ମାର୍କାରୋଭା ଦାବି କରିଛନ୍ତି ଯେ ଏୟାର ଷ୍ଟ୍ରାଇକ ସମୟରେ ରୁଷିଆ ଏହି ବୋମା ବ୍ୟବହାର କରିଛି।

ଭାକ୍ୟୁମ୍‌ ବୋମାକୁ ଥର୍ମୋବାରିକ ଅସ୍ତ୍ର କୁହାଯାଇଥାଏ। ଏହା ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଅସ୍ତ୍ର ମଧ୍ୟରୁ ଅନ୍ୟତମ। ବୋମା ଭିତରେ ବିସ୍ଫୋରକ ଇନ୍ଧନ ଏବଂ ରାସାୟନିକ ପଦାର୍ଥ ଭରିଯାଇଥାଏ। ଏହାର ବିସ୍ଫୋରଣ ଯୋଗୁ ସୁପରସୋନିକ ତରଙ୍ଗ ସୃଷ୍ଟି ହୁଏ। ଥରେ ଏହା ବିସ୍ଫୋରଣ ହେବା ପରେ, ଏହି ବୋମା ଆଖପାଖରୁ ଅକ୍ସଜେନ୍‌ ଶୋଷି ନେଇଥାଏ।
ଫଳରେ ଲୋକେ ଅକ୍ସିଜେନ୍‌ ବିନା ଛଟପଟ ହୋଇଥାନ୍ତି। ଶେଷ ତାଙ୍କର ମୃତ୍ୟୁ ଘଟିଥାଏ।

Share