Categories: ଜାତୀୟ

କଶ୍ମୀରରେ ଚାଲିଛି ନରସଂହାର, ଦେଶବାସୀ ମାଗୁଛନ୍ତି ଜବାବ, ଭାଜପା ସରକାର ନୀରବ…

ନୂଆଦିଲ୍ଲୀ, ୫।୬ : କଶ୍ମୀରରେ ପୁଣି ଥରେ ଆରମ୍ଭ ହୋଇଥିବା ଟାର୍ଗେଟ କିଲିଂ ମାମଲା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହା ବିରୋଧରେ ସାରା ଦେଶରେ ସ୍ବର ଉତ୍ତୋଳନ କରାଯାଉଛି। ଏହି ପ୍ରସଙ୍ଗକଚ ନେଇ ରବିବାର ଆମ ଆଦମୀ ପାର୍ଟି ଦିଲ୍ଲୀର ଜନ୍ତର ମନ୍ତରରେ ଜନ ଆକ୍ରୋଶ ରାଲି କରି ଏହାକୁ ବିରୋଧ କରିଛି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଏହି ସମାବେଶକୁ ସମ୍ବୋଧିତ କରିଥିଲେ। କେଜ୍ରିୱାଲ ଏବଂ ସିସୋଦିିଆଙ୍କ ସହ ପରିବେଶ ମନ୍ତ୍ରୀ ଗୋପାଳ ରାୟ, ସଞ୍ଜୟ ସିଂ ଏବଂ ଅନ୍ୟ ବିଧାୟକମାନେ ଜନ ଆକ୍ରୋଶ ସମାବେଶରେ ଅଂଶଗ୍ରହଣ କରିଥିଲେ। ସେମାନେ ଭାଜପା ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ।

କେଜ୍ରିୱାଲ କହିଛନ୍ତି ଯେ କଶ୍ମୀରରେ ଭାଜପା ସରକାର ବିଫଳ ହୋଇଛନ୍ତି। ସେଠାରେ ୧୯୯୦ ଦଶକ ପୁଣି ଆସିଛି। ସରକାରଙ୍କର ଏସମ୍ପର୍କରେ କୌଣସି ଯୋଜନା ନାହିଁ। ଯେତେବେଳେ ଜମ୍ମୁ-କଶ୍ମୀରରେ ହତ୍ୟା ଘଟେ, ଖବର ଆସେ ଯେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତଶାହା ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକଗୁଡ଼ିକ କେବଳ ଯଥେଷ୍ଟ ନୁହେଁ ବର୍ତ୍ତମାନ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। କାଶ୍ମୀର କାର୍ଯ୍ୟାନୁଷ୍ଠାନ ଚାହୁଁଛି ବୋଲି କ୍ରେଜିଓ୍ବାଲ କହିଛନ୍ତି।

ସେ କହିଛନ୍ତି ଯେ ଯେତେବେଳେ କଶ୍ମୀରୀ ପଣ୍ଡିତମାନେ ଏହି ହତ୍ୟାକାଣ୍ଡ ବିରୋଧରେ ବିରୋଧ କରିବାକୁ ଚାହାଁନ୍ତି, ସେତେବେଳେ କଶ୍ମୀରର ବର୍ତ୍ତମାନର ଭାଜପା ସରକାର ସେମାନଙ୍କୁ ବିରୋଧ କରିବାକୁ ଦିଅନ୍ତି ନାହିଁ। ଯଦି ସରକାର ଏହିପରି ଆଚରଣ କରନ୍ତି, ତେବେ ଲୋକଙ୍କ ଦୁଃଖ ଦ୍ୱିଗୁଣିତ ହେବ।  ଦେଶବାସୀ ଏହାର ଜବାବ ମାଗୁଛନ୍ତି। କିନ୍ତୁ ଭାଜପା ସରକାର ନୀରବ ରହୁଛନ୍ତି ବୋଲି କେଜ୍ରିଓ୍ବାଲ କହିଛନ୍ତି।

କଶ୍ମୀରର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସିସୋଦିଆ ଭାଗପାକୁ ଟାର୍ଗେଟ କରି କହିଛନ୍ତି ଯେ ଏହା ଜମ୍ମୁ-କଶ୍ମୀର ଇତିହାସର ସବୁଠାରୁ ଖରାପ ପର୍ଯ୍ୟାୟ ବୋଲି ବିବେଚନା କରାଯିବ। ସେ କହିଛନ୍ତି ଯେ ଏବେ କଶ୍ମୀରରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ କହିଛନ୍ତି ଯେ ୧୯୯୦ ଦଶକରେ କଶ୍ମୀରରେ ଭାଜପା ସମର୍ଥିତ ସରକାର ଥିଲା ଏବଂ ବର୍ତ୍ତମାନ ସେଠାରେ ନରେନ୍ଦ୍ର ମୋଦି ସରକାର ଅଛନ୍ତି, ତଥାପି କଶ୍ମୀର ପଣ୍ଡିତମାନେ ନିଜ ଭିଟା ମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି।

Share