ଶିଶୁର ମାଲିସ୍‌

ମାଲିସ୍‌ ଏମିତି ଶବ୍ଦଟିଏ, ଯାହାର ନାଁ ଶୁଣିଲା ମାତ୍ରେ ଯେମିତି ଆରାମରେ ନିଦ ଆସିଯାଏ। କେତେବେଳେ ଏହା ଥକାପଣ ଦୂର କରେ ତ ଆଉ କେତେବେଳେ ଏହା ଯନ୍ତ୍ରଣା
କମାଇବାରେ ସାହାଯ୍ୟ କରି ଶରୀରକୁ ଆରାମ ଦେଇଥାଏ। ତେବେ ଏହି ମାଲିସ୍‌ ସବୁଠୁ ଅଧିକ ଆରାମଦାୟକ ଓ ଉପକାରୀ ହୋଇଥାଏ ଶିଶୁଙ୍କ ପାଇଁ…

ଜନ୍ମହେଲା ପରେ ପରେ ମା’ ଶିଶୁକୁ ନିଜ ଦେହରେ ଜଡ଼ାଇ, କୋଳକୁ ନେଇ ମମତାର ଉଷ୍ଣ ସ୍ପର୍ଶ ଦେବାସହ ନିଜର ସ୍ତନ୍ୟପାନ କରାଇଥାଏ । ଏହା ଶିଶୁ ପାଇଁ ଏକ ସୁରକ୍ଷା କବଚ ଭଳି କାମ କରିଥାଏ। ଏହା ସହ ଶିଶୁର ଉଭୟ ମାନସିକ ତଥା ଶାରୀରିକ ବିକାଶ ଭଲ ଭାବେ ହେବା ଲାଗି ଆବଶ୍ୟକ ହୋଇଥାଏ ନିୟମିତ ତେଲ ମାଲିସ, ଯାହାକି ଶିଶୁର ଶରୀର ବିଶେଷଭାବରେ ମୁହଁ, ଦେହ, ପାଦ ଓ ତାଳୁ, ନରମ ଓ କୋମଳ ହୋଇଥାଏ ।
ମା’ର କୋମଳ ସ୍ପର୍ଶ ଦ୍ୱାରା ଶିଶୁ ଖୁସି ହୁଏ ଓ ତା’ର ମାନସିକ ବିକାଶ ଭଲଭାବରେ ହୋଇଥାଏ। ନିୟମିତ ମାଲିସ୍‌ ଦ୍ୱାରା ମା’ ଓ ଶିଶୁର ବନ୍ଧନ ଦୃଢ଼ରୁ ଦୃଢ଼ତର ହୋଇଥାଏ ଏବଂ ଶିଶୁ ସେଇ ମାଲିସ୍‌ ସମୟକୁ ସବୁଦିନ ଅନେଇ ରହିଥାଏ ।
ମାଲିସ୍‌ କରିବାର ପ୍ରଣାଳୀ- ଶିଶୁକୁ ମାଲିସ୍‌ କରିବା ବେଳେ ମା’ ଦୁଇ ହାତକୁ ସାବୁନ୍‌ରେ ପରିଷ୍କାର କରି ଧୋଇବା ଦରକାର । ନ ହେଲେ ମା’ର ହାତରୁ ବା’ ତେଲମାଲିସ କରୁଥିବା ମହିଳାଙ୍କ ପାଖରୁ ଶିଶୁକୁ ନାନାଦି ରୋଗ ସଂକ୍ରମଣ ହୋଇପାରେ। ରୁମ୍‌ ଭିତରକୁ ଯେପରି ଥଣ୍ଡା ପବନ ପଶି ନ ଆସେ, ସେଥିପାଇଁ ଯତ୍ନଶୀଳ ହେବା ଆବଶ୍ୟକ।
ରୁମ୍‌ ଯେମିତି ବେଶି ଥଣ୍ଡା ବା’ ବେଶି ଗରମ ନ ହେବ ସେଥି ପାଇଁ ଦୃଷ୍ଟିଦେବା ଦରକାର। ଶିଶୁକୁ ଖୁଆଇସାରିବା ପରେ ମାଲିସ୍‌ ନ କରି, ଖାଲିପେଟରେ ମାଲିସ୍‌ କରିବା ଭଲ । ଏହାଛଡ଼ା ଥଣ୍ଡା ତେଲ ନୁହେଁ ସାମାନ୍ୟ ଉଷୁମ ତେଲରେ ମାଲିସ୍‌ କଲେ ଶିଶୁକୁ ଆରାମ ଲାଗିଥାଏ ।
ସାଧାରଣତଃ ଦିନକୁ ୨ଥର ଶିଶୁକୁ ମାଲିସ୍‌କଲେ ତା’ର ମାଂସପେଶୀ ଓ ହାଡ଼ ଶକ୍ତ ହୁଏ ଏବଂ ଶିଶୁଟି ଚଳ ଚଞ୍ଚଳ ଓ ସକ୍ରିୟ ହୋଇଯାଏ ।
କେମିତି କରିବେ ମାଲିସ- ପ୍ରଥମେ ଶିଶୁର ପାଦପଟୁ ମାଲିସ୍‌ ଆରମ୍ଭ କରିବା ଦରକାର। ଶିଶୁର ଗୋଟିଏ ଗୋଡ଼ର ଗୋଇଠି ହାତରେ ଧରି ଆର ହାତରେ ଶିଶୁର ନିତମ୍ବଠାରୁ ଗୋଇଠି ଯାଏ ମାଂସପେଶୀକୁ ଚିପିଚିପି ତେଲ ମାଲିସ୍‌ କରିବେ । ଗୋଡ଼କୁ ଚିପୁଡ଼ିଲା ଭଳି ଜୋର୍‌ରେ ମୋଡ଼ାମୋଡ଼ି କରି ମାଲିସ୍‌ ନ କରି ଧୀରେ ଧୀରେ ମୃଦୁ ଚାପ ଦେଇ ମାଲିସ୍‌ କରିବା ଭଲ। ଶିଶୁର ଗୋଡ଼ ଗୋଟିଏ ହାତରେ ଧରି, ଆରହାତରେ ପାଦରେ ତେଲ ମାଲିସ୍‌ କରିଦିଅନ୍ତୁ, ଗୋଡ଼ର ଆଙ୍ଗୁଠି ଫୁଟାଇଲା ଭଳି ଖୁବ୍‌ ଧୀରେ ଧୀରେ ମୋଡ଼ି ଦିଅନ୍ତୁ ଏବଂ ହାତରେ ବୁଢ଼ା ଆଙ୍ଗୁଠିରେ ଓ ପାଦ ଉପରେ ଧୀରେ ଧୀରେ ଚାପ ଦେଇ ପାଦକୁ ଭାଙ୍ଗି ମାଲିସ୍‌ କରନ୍ତୁ । ୩-୪ ଥର ଏପରି କରନ୍ତୁ ଓ ପରେ ଆର ପାଦକୁ ମଧ୍ୟ ଉପରୋକ୍ତ ଭାବରେ ମାଲିସ୍‌ କରନ୍ତୁ । ଶିଶୁର ପାଦକୁ ଆଣ୍ଠୁ ପାଖରୁ ଗୋଇଠି ପର୍ଯ୍ୟନ୍ତ ଭାଙ୍ଗି, ହାତରେ ଅଟାକୁ ବେଲିଲା ଭଳି ଧୀରେ ଧୀରେ ବେଲି ଦିଅନ୍ତୁ ।
ଛାତି ମାଲିସ୍‌ – ଦୁଇହାତକୁ ଶିଶୁର ଛାତି ଓ ପଞ୍ଜରାହାଡ଼ ଉପରେ ରଖି ହୃତ୍‌ପିଣ୍ଡକୁ ମାଲିସ୍‌ କଲାଭଳି ହାଲ୍‌କା ଚାପ ଦେଇ ଛାତି ଉପରେ ମାଲିସ୍‌ କରନ୍ତୁ । ମନେରଖନ୍ତୁ ଛାତି ଉପରେ ଅଧିକ ଦାବି ଦାବି ବା ଚାପ ଦେଇ ମାଲିସ୍‌ କରିବା ଅନୁଚିତ।
ପେଟ – ଶିଶୁର ତଳି ପେଟ ଉପରେ ହାତଦେଇ ଧୀରେ ଧୀରେ ହାତକୁ ପେଟ ଉପର ଯାଏ ମାଲିସ୍‌ କଲାଭଳି ନେଇଆସନ୍ତୁ । ଏବେ ଦୁଇ ହାତରେ ଶିଶୁର ପେଟ ମାଲିସ୍‌ କରନ୍ତୁ। ପେଟକୁ ମଧ୍ୟ ଅଧିକ ଚାପନ୍ତୁ ନାହିଁ।
କାନ୍ଧ ଓ ହାତ – ଶିଶୁର ଛାତି ଉପରେ ଦୁଇପଟରେ ଦୁଇ ହାତରଖି ତାକୁ ଧୀରେ ଧୀରେ ଛାତିଉପର ଯାଏ ଉଠାଇ ମାଲିସ୍‌ କରନ୍ତୁ । ଆସ୍ତେ ଦୁଇହାତକୁ ଛାତିରୁ କାନ ଓ ହାତର ଉପର ଭାଗ ଯାଏ ଟାଣିନିଅନ୍ତୁ ।
ମୁହଁ ମାଲିସ୍‌- ଦୁଇ ହାତକୁ ଘଷି ଘଷି ଉଷୁମ କରି ଶିଶୁର କପାଳର ଦୁଇପଟେ ମାଲିସ୍‌ କରନ୍ତୁ, ଆସ୍ତେ ଆସ୍ତେ ଦୁଇହାତକୁ ମୁହଁ ଉପରକୁ ଖସାଇ ଆଣି ମୁହଁକୁ ମାଲିସ୍‌ କରି ଦୁଇ ବୁଢ଼ା ଆଙ୍ଗୁଠିକୁ ନାକର ଦୁଇ ପଟେ ରଖି ମାଲିସ୍‌ କରନ୍ତୁ । ତା’ ପରେ ଧୀରେ ଧୀରେ ଦୁଇହାତକୁ ଦୁଇ ପଟେ ଗାଲ ତଳକୁ ଖସାଇ ଦିଅନ୍ତୁ ।
ଗାଲ ମାଲିସ୍‌ – ଦୁଇ ହାତରେ ଶିଶୁର ଗାଲ ଉପରେ ମାଲିସ କଲାବେଳେ ଗୋଟିଏ ଗୋଟିଏ ଗୋଲ ସୃଷ୍ଟି କରନ୍ତୁ ବା ତଳୁ ଉପର ପର୍ଯ୍ୟନ୍ତ ସାର୍କୁଲାର ମୋଶନରେ ମାଲିସ କରନ୍ତୁ। ତା’ ପରେ କାନ୍ଧମୂଳକୁ ସୁନ୍ଦର ଭାବରେ ଦୁଇ ହାତରେ ମାଲିସ କରନ୍ତୁ । ଏଥର ଧୀରେ ଧୀରେ ହାତ ଖସାଇ ତା’ର ଚିବୁକ ପାଖକୁ ଆଣନ୍ତୁ ।
ଓଠ ତଳ ମାଲିସ କରି ସାରିଲାପରେ, ଧୀର ସ୍ବରରେ ସ୍ମିତହସି, ଶିଶୁଟିର ମାଲିସ୍‌ ପରର ସ୍ମିତହାସ୍ୟଟିକୁ ମଧ୍ୟ ସାଦରେ ସ୍ବାଗତ ଜଣାନ୍ତୁ ଏବଂ ଅତି କୋମଳ ସ୍ବରରେ ତା’ ନାଁକୁ ଉଚ୍ଚାରଣ କରନ୍ତୁ ଏବଂ ତା’ ମୁହଁକୁ ଚାହିଁ ତା’ ନାଁ ଧରି ଡାକନ୍ତୁ । ଦେଖିବେ ପ୍ରତ୍ୟେକ ଦିନ ମାଲିସ୍‌ ହେବା ସମୟଟି ହେଲେ, ଶିଶୁ ବ୍ୟତିବ୍ୟସ୍ତ ହୋଇ ମାଲିସ୍‌ ହେବା ପାଇଁ ଚାହିଁବ ଏବଂ ମାଲିସ୍‌ କରିବା ପରେ ଆରାମରେ ନିଦରେ ଶୋଇପଡ଼ିବ ।

ଡା. ସରୋଜିନୀ ଷଡ଼ଙ୍ଗୀ
– ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ
ଲିଙ୍କ୍‌ରୋଡ଼, କଟକ


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ଏହି ୩ ରାଶିର ଚମକିବ ଭାଗ୍ୟ, ଆପଣ ନାହାନ୍ତି ତ…

ଜ୍ୟୋତିଷଶାସ୍ତ୍ରରେ କେତୁ ଗ୍ରହକୁ ମୋକ୍ଷ ଏବଂ ଆଧ୍ୟାତ୍ମର କାରକ ବୋଲି କୁହାଯାଏ। ଏହାକୁ ପାପ ଗ୍ରହ କୁହାଯାଉଥିଲେ ହେଁ ଏହାର କିଛି ଗୁଣ ବୃହସ୍ପତିଙ୍କ ସହ...

୨୦୨୫ରେ ଏସବୁ ରାଶିର ବ୍ୟକ୍ତିଙ୍କ ଚମକିବ ଭାଗ୍ୟ: ବଢ଼ିବ ପଦ ପ୍ରତିଷ୍ଠା, ପ୍ରଚୁର ଧନଲାଭର ସୁଯୋଗ…

ଆଉ ଦିନ କେଇଟା ପରେ ଆରମ୍ଭ ହେବ ବର୍ଷ ୨୦୨୫। ଏହି ବର୍ଷ ଶୁକ୍ର ଗ୍ରହଙ୍କ ଚଳନରେ ୧୦ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ପ୍ରଭାବ...

ଆପଣଙ୍କ ମକର ରାଶି କି? ଖୁସି ନେଇ ଆସୁଛି ନୂଆବର୍ଷ, ଚାକିରି-ବ୍ୟବସାୟରେ ମିଳିବ ଲାଭ; ପଢ଼ନ୍ତୁ ବାର୍ଷିକ ରାଶିଫଳ

ଆସୁଛି ନୂଆବର୍ଷ ୨୦୨୫। ଏହା ମକର ରାଶିର ଜାତକଧାରୀଙ୍କ ପାଇଁ ବେଶ ଭଲ ରହିବ। ବୃହସ୍ପତିଙ୍କ ପାଇଁ ଏହି ବର୍ଷ ଏମାନଙ୍କୁ ଖୁବ୍‌ ଲାଭ ମିଳିବ।...

ବର୍ଷ ୨୦୨୫ରେ କେଉଁ ରାଶି ପାଇଁ କେଉଁ ରଙ୍ଗ ଏବଂ ନମ୍ବର ହେବ ଭାଗ୍ୟଶାଳୀ? ଜାଣନ୍ତୁ…

ଆସୁଛି ନବବର୍ଷ ୨୦୨୫। ଏହା ସୌଭାଗ୍ୟ, ସମୃଦ୍ଧି ଏବଂ ଖୁସି ପାଇଁ ଉଲ୍ଲେଖନୀୟ ବର୍ଷ ହେବ। ଏହି ବର୍ଷରେ କେଉଁ ରାଶି ଲାଗି କେଉଁ ରଙ୍ଗ...

ନୂଆ ବର୍ଷରେ ଏହି ୩ ରାଶିଙ୍କ ଟେନସନ୍‌ ବଢ଼ାଇବେ ମଙ୍ଗଳ; ଧନହାନୀ ସହ ଆସିପାରେ ଏସବୁ ସମସ୍ୟା

ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୪। ଆସିବ ନୂଆ ବର୍ଷ ୨୦୨୫। ଏହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଏମିତିରେ ଅନେକେ ବର୍ଷଟି...

ଭୁଲ୍‌ରେ ବି କ୍ରିସ୍‌ମସ୍‌ ଟ୍ରିକୁ ମୁଖ୍ୟଦ୍ୱାର ସମ୍ମୁଖରେ ରଖିବେ ନାହିଁ, ଜାଣନ୍ତୁ କେଉଁଠି ରଖିବା ଶୁଭ…

ଖୁସିର ପର୍ବ କ୍ରିସ୍‌ମସ୍‌ ଆସିଲେ ଚାରିଆଡ଼େ ସକାରାତ୍ମକ ତଥା ଉତ୍ସବର ପରିବେଶ ଖେଳିଯାଏ। ସେଥିପାଇଁ ପ୍ରଭୁ ଯୀଶୁଙ୍କର ଏହି ମହାନ୍‌ ପର୍ବକୁ ଏବେ ସବୁ ଧର୍ମର...

କ୍ରିସ୍‌ମସ୍‌ରେ ପ୍ରିୟଜନଙ୍କୁ କେଉଁ ଗିଫ୍ଟ ଦେବା ଶୁଭ,ଜାଣନ୍ତୁ…

ଆନନ୍ଦ ଉଲ୍ଲାସର ପର୍ବ କ୍ରିସ୍‌ମସ୍‌କୁ ବେଶ୍‌ ଉତ୍ସାହ ସହକାରେ ଚାରିଆଡ଼େ ପାଳନ କରାଯାଇଥାଏ। ଏହିଦିନ ଅନେକେ ପରସ୍ପରକୁ ଗିଫ୍ଟ ଦେଇ ସୁଖଦ ଭବିଷ୍ୟତର କାମନା କରିଥାନ୍ତି।...

୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା

ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍‌ ୨୩ ଡିସେମ୍ବରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri