ଜେରାଜୁଲମ,୧୭।୧୧:ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ହତ୍ୟା ଉଦ୍ୟମ। ତାଙ୍କ ଘର ଉପରକୁ ହୋଇଛି ବଡ଼ ଆକ୍ରମଣ। ବୋମା ମାଡ କଲା ହେଜବୁଲ୍ଲା। ଆତଙ୍କବାଦୀ ସଙ୍ଗଠନ ହେଜବୁଲ୍ଲା ଦ୍ୱାରା ଶୁକ୍ରବାର ଦୁଇଟି ବୋମା ମାଡ କରାଯାଇଛି। ନେତାନ୍ୟାହୁଙ୍କ ଘର ପାଖରେ ସ୍ଥିତ କେସରିୟା ଅଞ୍ଚଳରେ ଏହି ବୋମା ମାଡ ହୋଇଛି। ଏନେଇ ସୁରକ୍ଷା ସେବା ଶନିବାର ସୂଚନା ଦେଇଛି।
ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଥିବା ବଗିଚାରେ ଦୁଇଟି ବିସ୍ଫୋରଣ ଘଟିଛି ବୋଲି ପୋଲିସ ଏବଂ ସିନ ବେଟ ଆଭ୍ୟନ୍ତରୀଣ ସୁରକ୍ଷା ଏଜେନ୍ସି ମିଳିତ ବିବୃତ୍ତିରେ କହିଛନ୍ତି। ତେବେ ଘଟଣା ସମୟରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ଘରେ ନ ଥିଲେ। ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି।
ସୂଚନାଥାଉ କି, ଗତ ମାସ ଅକ୍ଟୋବର ୧୯ ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବାସଭବନ ଉପରକୁ ଡ୍ରୋନ ଆକ୍ରମଣ ହୋଇଥିଲା। ଏଥିପାଇଁ ହେଜବୁଲ୍ଲା ନିଜକୁ ଦାୟୀ କରିଥିଲା। ଏହା ପରେ ହେଜବୁଲ୍ଲା ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ ନେତାନ୍ୟାହୁ।