ଲକ୍ଷ୍ନୌ, ୩୧।୩: ଉତ୍ତରପ୍ରଦେଶର ବୁଲନ୍ଦଶାହରର ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେତେକ ଆହତ ହୋଇଥିବା ଜଣାପଡିଛି। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିବା ପୋଲିସ ସୂଚନା ଦେଇଛି। ଅନ୍ୟପଟେ, ଘଟଣାର ଅଧିକ ତଦନ୍ତ ଚାଲିଛି।
ସୂଚନାନୁଯାୟୀ, ବିସ୍ଫୋରଣ ଏତେ ଜୋର୍ ଥିଲା ଯେ, ପାଖାପାଖି ୨ କିଲୋମିଟର ଯାଏ ଏହାର ଶଦ୍ଦ ଶୁଣାଯାଇଥିଲା। ଏଥିସହ ଆଖପାଖ ଅଞ୍ଚଳରେ ଥିବା ଘରର କବାଟ,ଝରକା କାଚ ମଧ୍ୟ ଭାଙ୍ଗିଯାଇଥିଲା।