Categories: ଜାତୀୟ

ବାଣ କାରଖାନାରେ ଶ୍ରମିକମାନେ କରୁଥିଲେ କାମ: ଘଟିଲା ଭୟଙ୍କର ବିସ୍ଫୋରଣ

ଚଣ୍ଡିଗଡ଼,୨୮ା୯: ହରିୟାଣାର ସୋନିପତ୍‌ ଜିଲାରେ ଥିବା ଏକ ବେଆଇନ ବାଣ କାରଖାନାରେ ଶନିବାର ବିସ୍ଫୋରଣ ଘଟି ୨ ମହିଳା ଓ ଜଣେ ପିଲାଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୯ ଜଣ ଆହତ ହୋଇଛନ୍ତି।

ଆହତମାନଙ୍କୁ ରୋହତକ୍‌ର ପିଜିଆଇଏମ୍‌ଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ବେଳେ କାରଖାନାରେ ଶ୍ରମିକଙ୍କ ସମେତ ସେମାନଙ୍କର କେତେଜଣ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ବାଣ ପାଇଁ ରଖାଯାଇଥିବା ବାରୁଦରେ ନିଆଁ ଲାଗିଯିବାରୁ ବିସ୍ଫୋରଣ ଘଟିଥିବା କୁହାଯାଉଛି।

Share