Categories: ଜାତୀୟ

ସରକାରୀ ଡାକ୍ତରଖାନାରେ ଲାଗିଲା ନିଆଁ

ଶ୍ରୀନଗର,୫।୩: ଶ୍ରୀନଗର ବାରଗୁଲ୍ଲା ସରକାରୀ ଡାକ୍ତରଖାନାର ଅସ୍ତିଶଲ୍ୟ ବିଭାଗରେ ଶୁକ୍ରବାର ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଡାକ୍ତରଖାନାରେ ଫସି ରହିଥିବା ଶତାଧିକ ରୋଗୀ ଏବଂ ସମ୍ପର୍କୀୟଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ହେଲେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ। ଏପରି କି ଅଗ୍ନି କାଣ୍ଡରେ ବର୍ତ୍ତମାନ ସୁଦ୍ଧା କାହାରି ମୃତ୍ୟୁ ହୋଇ ନ ଥିବା ସୂଚନା ମିଳିଛି।

ସୂଚନା ଯୋଗ୍ୟ, ହସ୍ପିଟାଲର ୩ ମହଲାରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ୨ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବାର କାରଣ ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Share