Categories: ଖେଳ

ଟିମ୍‌ ଇଣ୍ଡିଆକୁ ଆଉ ଏକ ଝଟ୍‌କା: ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଏହି ଦ୍ରୁତ ବୋଲର,ଠାକୁରଙ୍କୁ ସୁଯୋଗ

ନୂଆଦିଲ୍ଲୀ,୧୨।୧୦: ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତୀୟ ଟିମ୍‌କୁ ଟି୨୦ ବିଶ୍ୱକପ୍‌ ୨୦୨୨ ପୂର୍ବରୁ ଲାଗିଛି ଆଉ ଏକ ଝଟ୍‌କା। ରବିନ୍ଦ୍ର ଜାଡେଜା ଏବଂ ଜସପ୍ରିତ ବୁମ୍‌ରାଙ୍କ ପରେ ଏବେ ଦ୍ରୁତ ବୋଲର ଦୀପକ ଚହର ବିଶ୍ୱକପ୍‌ରୁ ବାଦ ପଡ଼ିଛନ୍ତି। ଆଗାମୀ ଟୁର୍ନାମେଣ୍ଟ ଲାଗି ସେ ଭାରତର ରିଜର୍ଭ ଖେଳାଳିଙ୍କ ମଧ୍ୟରେ ସାମିଲ ଥିଲେ। ହେଲେ ସେ ପିଠିରେ ସମସ୍ୟାରେ ପୀଡ଼ିତ ଥିବାରୁ କିଛି ସପ୍ତାହ ଯାଏ ସେ ଖେଳିବା କଷ୍ଟକର ହୋଇଯିବ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜର ଅନ୍ତିମ ମ୍ୟାଚ୍‌ରେ ଚହର ଆହତ ହୋଇଥିଲେ। ଏହାପରଠାରୁ ସେ ମଇଦାନକୁ ଓହ୍ଲାଇ ନାହାନ୍ତି।

ରିପୋର୍ଟ ମୁତାବକ, ଚହର ବାଦ ପଡ଼ିବା ପରେ ଦ୍ରୁତ ବୋଲର୍‌ ତଥା ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ରିଜର୍ଭ ଖେଳାଳି ଭାବେ ସାମିଲ କରାଯାଇଛି। ଠାକୁର ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନୁଷ୍ଠିତ ହୋଇଥିବା ଦିନିକିଆ ସିରିଜରେ ପ୍ରଦର୍ଶନ କରି ପ୍ରଭାବିତ କରିଛନ୍ତି।

Share