ପଶ୍ଚିମ ମେକ୍ସିକୋରେ ବଡ଼ ବସ୍‌ ଦୁର୍ଘଟଣା: ୧୭ ମୃତ

ମେକ୍ସିକୋ,୪।୮: ପଶ୍ଚିମ ମେକ୍ସିକୋର ରାଜପଥ ନିକଟରେ ଏକ ଯାତ୍ରୀବାହୀ ବସ ଖାଲରେ ପଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ୨୨ ଜଣ ଆହତ ହୋଇଛନ୍ତି।
ନାୟରିଟ ରାଜ୍ୟ ସୁରକ୍ଷା ଏବଂ ନାଗରିକ ପ୍ରତିରକ୍ଷା ସଚିବ ଜର୍ଜ ବେନିଟୋ ରୋଡ୍ରିଗୁଏଜ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। କାରଣ ଏହି ଖାଲଟି ପ୍ରାୟ ୫୦ ମିଟର (୧୬୪ ଫୁଟ) ଗଭୀର ଥିଲା। ମୃତକଙ୍କ ମଧ୍ୟରେ ୧୪ ବୟସ୍କ ଏବଂ ତିନଟି ଶିଶୁ ଅଛନ୍ତି। ବସ୍‌ରେ ୬ ଭାରତୀୟଙ୍କ ସମେତ ୪୦ ଜଣ ଯାତ୍ରୀ ଥିଲେ। ସମସ୍ତେ ତିଜୁଆନା ଅଭିମୁଖେ ଯାଉଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଗତ ମାସ ଆରମ୍ଭରେ ଦକ୍ଷିଣ ଓକ୍ସାକାଠାରେ ଏକ ବସ ଦୁର୍ଘଟଣାରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଫେବୃଆରୀରେ ଦକ୍ଷିଣ ଏବଂ ମଧ୍ୟ ଆମେରିକାରୁ ଆସିଥିବା ଏକ ବସ କେନ୍ଦ୍ରୀୟ ମେକ୍ସିକୋରେ ଦୁର୍ଘଟଣାଗ୍ରସ୍ତ ହୋଇ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା।

Share