ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଥରିଲା ଅଟ୍ଟାଳିକା

ତାଇପେ,୧୬।୮:ତାଇୱାନର ପୂର୍ବ ସହର ହୁଆଲିଏନ ଠାରୁ ୩୪ କିଲୋମିଟର (୨୧ ମାଇଲ)ରେ ୬.୩ ତୀବ୍ରତାର ଏକ ଭୂକମ୍ପ ଘଟିଛି। ପାଣିପାଗ ବିଭାଗ ଅନୁଯାୟୀ, ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଦ୍ୱୀପକୁ ଏହା ଦ୍ୱିତୀୟ ବଡ଼ ଭୂକମ୍ପ ଥିଲା। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଭୂକମ୍ପ ଯୋଗୁ ତାଇୱାନର ରାଜଧାନୀ ତାଇପେରେ ଅଟ୍ଟାଳିକା ଥରିଥିବାର ସୂଚନା ମିଳିଛି। ମେଟ୍ରୋ ସମେତ ଅନ୍ୟାନ୍ୟ ପରିବହନ ସେବା ବାଧାପ୍ରାପ୍ତ ରହିଛି।
ପାଣିପାଗ ବିଭାଗ କହିଛି, ଭୂକମ୍ପର ଗଭୀରତା ୯.୭ କିଲୋମିଟର ଥିଲା। ଗୁରୁବାର ତାଇୱାନର ଉତ୍ତର-ପୂର୍ବ ଅଞ୍ଚଳରେ ୫.୭ ତୀବ୍ରତାର ଏକ ଭୂକମ୍ପ ଘଟିଛି। ତାଇୱାନ ସବୁବେଳେ ଭୂକମ୍ପ ପ୍ରତି ସମ୍ବେଦନଶୀଳ ଥିଲା। ଏପ୍ରିଲରେ ଏଠାରେ ଘଟିଥିବା ଭୂକମ୍ପରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଶହ ଶହ ଲୋକ ଆହତ ହୋଇଥିଲେ।

Share