ଲକ୍ଷ୍ନୌ,୧୭।୨: ଦେଶରେ ବଡ଼ ଧରଣର ବିସ୍ଫୋରଣ କରିବା ପାଇଁ ରଚାଯାଇଥିବା ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଉତ୍ତରପ୍ରଦେଶ ଏସ୍ଟିଏଫ୍ ଟିମ୍ ପକ୍ଷରୁ ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ୨ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଗିରଫ ସଦସ୍ୟଙ୍କୁ ଅନସାଦ୍ ବଦରୁଦ୍ଦିନ୍ ଏବଂ ଫିରୋଜ ଖାଁ ଭାବେ ଚିହ୍ନଟ କରାଯାଇଛି। ସେମାନେ କେରଳର ବାସିନ୍ଦା। ୧୧ ଫେବୃୟାରୀରେ ମିଳିଥିବା ଇନ୍ପୁଟ୍ ଆଧାରରେ ଏସ୍ଟିଏଫ୍ ଟିମ୍ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପାଖରୁ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ପିଏଫ୍ଆଇର ୧୨୩ ସଦସ୍ୟଙ୍କୁ ଗିରଫ କରାଯାଇଛି।