ସିଆଲକୋଟରେ ବଡ଼ ଧରଣର ବିସ୍ଫୋରଣ

ଇସଲାମାବାଦ,୨୦ା୩: ଉତ୍ତର ପାକିସ୍ତାନର ସିଆଲକୋଟ ସହରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ଏତେ ଜୋର୍‌ରେ ଥିଲା ଯେ ଏହାର ଶବ୍ଦ ଅନେକ ଦୂରରୁ ଶୁଣିବାକୁ ମିଳିଥିଲା।

ଏକ ଗଣମାଧ୍ୟମର ସମ୍ପାଦକ ଋଷି ସୁରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଯେ, ଉତ୍ତର ପାକିସ୍ଥାନର ସିଆଲକୋଟ ସାମରିକ ବେସ୍‌ରେ ଅନେକ ବିସ୍ଫୋରଣ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହା ଏକ ଗୁଳିଗୋଳା ସଂରକ୍ଷଣ ସ୍ଥାନ, ଯେଉଁଠାରେ ଏହି ବିସ୍ଫୋରଣ ଘଟିଥିଲା। ବର୍ତ୍ତମାନ ଏଠାରେ ନିଆଁ ଜଳୁଛି। କିନ୍ତୁ ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

Share