କ୍ରିମିଆରେ ବଡ଼ ଧରଣର ବିସ୍ଫୋରଣ

ମସ୍କୋ,୮।୧୦: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ସମୟରେ ରୁଷିଆ କିଭ୍‌ର ଅନେକ ଅଞ୍ଚଳକୁ ଜବରଦଖଲ କରିନେଇଛନ୍ତି। ଇତିମଧ୍ୟରେ ରୁଷିଆ ଜବରଦଖଲ କରିଥିବା କ୍ରିମିଆରେ ଶନିବାର ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ କ୍ରିମିଆ ଓ ରୁଷିଆ ମଧ୍ୟରେ ଥିବା ଏକ ପୋଲ ଉପରେ ହୋଇଛି। ଏଥିରେ ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ରାସ୍ତାର ଗୋଟିଏ ପାର୍ଶ୍ୱର ଏକ ଅଂଶ ଭୁଷୁଡ଼ିପଡ଼ିଥିବା ବେଳେ ଟ୍ରେନରେ ନିଆଁ ଲାଗିଯାଇଛି। ଉକ୍ତ ପୋଲ ଭୁଷିଡ଼ିପଡ଼ିଥିବାରୁ ଆଗାମୀ କିଛି ଦିନ ଯାଏ ଯାତାୟତ ବାଧାପ୍ରାପ୍ତ ରହିବ। ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ଶନିବାର କ୍ରିମିଆର ଉକ୍ତ ପୋଲ ଉପରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ୟୁକ୍ରେନ ଦ୍ୱାରା କରାଯାଇଛି ବୋଲି କୁହାଯାଉଛି। ହେଲେ ୟୁକ୍ରେନ୍‌ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ ଆସିନାହିଁ।

Share