ତୈଳ ଡିପୋରେ ବଡ଼ଧରଣର ଅଗ୍ନିକାଣ୍ଡ

ମସ୍କୋ,୨୯ା୪: ଡ୍ରୋନ୍‌ ଷ୍ଟ୍ରାଇକ୍‌ ଯୋଗୁ ମସ୍କୋରେ ଅବସ୍ଥିତ କ୍ରିମିଆ ସେବାଷ୍ଟୋପୋଲର ବନ୍ଦରର ଏକ ଇନ୍ଧନ ଡିପୋରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଇନ୍ଧନ ସଂରକ୍ଷଣ କେନ୍ଦ୍ର ଉପରେ ଡ୍ରୋନ୍‌ ଆକ୍ରମଣ ହୋଇଥିବା ନେଇ ରାଜ୍ୟପାଳ କହିଛନ୍ତି। ମିଖାଇଲ ରଜଭୋଜାଏଭ୍‌ କହିଛନ୍ତି, ଏହି ଡିପୋ ଏବେବି ଜଳୁଛି। ତେବେ ଏହି ଅଘଟଣରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ।

ରାଜ୍ୟପାଳ କହିଛନ୍ତି, ନିଆଁ ଏତେ ଭୟଙ୍କର ଥିଲା ଯେ, ଦୂର ଆକାଶରେ ଧୂଆଁ ଛାଇଯାଇଥିଲା। ସେ କ୍ରିମିଆବାସୀଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ସାଧାରଣ ନାଗରିକଙ୍କ ପାଇଁ କ କୌଣସି ବିପଦ ନାହିଁ ବୋଲି କହିଛନ୍ତି। ଏହି ଘଟଣାରେ ରୁଷିଆ ୟୁକ୍ରେନକୁ ଦାୟୀ କରିଛି।

Share