Categories: ଜାତୀୟ

ଦିଲ୍ଲୀ ଡମ୍ପିଂ ୟାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨୮।୩: ରାଜଧାନୀ ଦିଲ୍ଲୀର ଗାଜିପୁରରେ ଡମ୍ପିଂ ୟାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ୬ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ଅଗ୍ନିକାଣ୍ଡ ଯୋଗୁ ଚାରିଆଡ଼େ ଧୂଆଁମୟ ହୋଇଯାଇଛି। ଫଳରେ ଲୋକଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି। ସୂଚନା ମୁତାବକ ଦ୍ୱିପ୍ରହର ୨ଟା ୨୭ମିନିଟ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅନ୍ୟପଟେ ଡମ୍ପିଂ ୟାର୍ଡରେ ନିଆଁ ଲାଗିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏଏପି ବିଧାୟକ କୁଲଦୀପ କୁମାର ଟୁଇଟ କରି ପୂର୍ବତନ ଦିଲ୍ଲୀ ଏମ୍‌ପି ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରିଛନ୍ତି।

Share